ସମ୍ଭାବ୍ୟ ବାତ୍ୟା 'ଗୁଲାବ': ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

author img

By

Published : Sep 25, 2021, 4:16 PM IST

Updated : Sep 25, 2021, 4:27 PM IST

ସମ୍ଭାବ୍ୟ ବାତ୍ୟା 'ଗୁଲାବ': ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଅଧିକ ପଢନ୍ତୁ...

ଗଜପତି: ସମ୍ଭାବ୍ୟ ବାତ୍ୟା 'ଗୁଲାବ'କୁ ନେଇ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ହୋଇଛି । ଏହାସହିତ ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ଵ ଦିଆଯାଇଥିବାବେଳେ ପ୍ରଭାବିତ ହେବାକୁ ଥିବା ବ୍ଲକ ଗୁଡିକରେ ନୋଡାଲ ଅଫିସରମାନଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଫିସର ସଂଗ୍ରାମ ଶେଖର ପଣ୍ଡା ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା 'ଗୁଲାବ': ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟା 'ଗୁଲାବ': ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟା 'ଗୁଲାବ': ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍‌’ ବର୍ତ୍ତମାନ ଗୋପାଳପୁର ଠାରୁ ପ୍ରାୟ ୪୫୦ କିମି ଦୂରରେ ରହିଥିବାବେଳେ ୧୨କିମି ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି । ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଗୋପାଳପୁର ବିଶାଖପାଟଣା ମଧ୍ୟଭାଗ ଅର୍ଥାତ୍ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା କଳିଙ୍ଗପାଟଣା ନିକଟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଥିବା ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୯୦କିମି ରହିବା ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କଳିଙ୍ଗ ପାଟଣା ଗଜପତି ଜିଲ୍ଲାର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହାର ପ୍ରଭାବ ଗଜପତି ଜିଲ୍ଲା ଉପରେ ପଡିବା ସମ୍ଭାବନା ଯଥେଷ୍ଟ ଅଧିକ । ପବନର ବେଗ ସାଙ୍ଗକୁ ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରେ ମାଟି ଅତଡା ଖସିବାର ସମ୍ଭାବନା ରହିଛି । ତେଣୁ ଭୂସ୍ଖଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ସ୍ଥାନାନ୍ତରିତ ଲୋକଙ୍କୁ ରନ୍ଧ୍ୟାଖାଦ୍ୟ ମଧ୍ୟ ଯୋଗାଇଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଏବଂ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ପବନ କମିବା ପରେ ବିଦ୍ୟୁତ୍ ଏବଂ ଟେଲିଫୋନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିଭଳି ବାତ୍ୟା ଏବଂ ଆହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାକୁ ୬ଟି ଓଡ୍ରାଫ୍ ଏବଂ ୨ NDRF ଟିମ୍ ଜିଲ୍ଲାରେ ପହଞ୍ଚିବେ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଅଧିକ ଆତଙ୍କିତ ହୋଇପଡିଥିବା ବେଳେ ପ୍ରଶାସନ କିନ୍ତୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବେଳେ କେବଳ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । କୌଣସି ଗୁଜବକୁ ବିଶ୍ବାସ ନକରି କେବଳ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସୂଚନା ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Sep 25, 2021, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.