ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଙ୍ଗାବାଡ-କେରାଣ୍ଡି ପଞ୍ଚାୟତବାସୀଙ୍କ ବିକ୍ଷୋଭ

author img

By

Published : Sep 20, 2021, 4:04 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଙ୍ଗାବାଡ-କେରାଣ୍ଡି ପଞ୍ଚାୟତବାସୀଙ୍କ ବିକ୍ଷୋଭ

୮ଦଫା ଦାବି ନେଇ ଗଙ୍ଗାବାଡ ଏବଂ କେରାଣ୍ଡି ପଞ୍ଚାୟତବାସୀ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଗଜପତି: ୮ଦଫା ଦାବି ନେଇ ଗଙ୍ଗାବାଡ ଏବଂ କେରାଣ୍ଡି ପଞ୍ଚାୟତବାସୀ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ହେଲା, ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରି ଉଭୟ ରାଜ୍ୟର ସୀମାରେଖା ନିର୍ଦ୍ଧାରଣ କରିବା, ବ୍ଳକ ସହ ସିଧାସଳଖ ଯୋଗାଯୋଗ ପାଇଁ ତୁରନ୍ତ କଇଁପୁର ଗଙ୍ଗାବାଡ ରାସ୍ତାକୁ ତୁରନ୍ତ ନିର୍ମାଣ କରିବା, ଗଙ୍ଗାବାଡ ଠାରେ ଥିବା ଆବାସିକ ବିଦ୍ୟାଳୟର ଛାତ୍ରାବାସ ସିଟ୍ ସଂଖ୍ୟା ୪୦ରୁ ଶହେକୁ ବୃଦ୍ଧି କରିବା ସହ ଚମ୍ପାପୁର 17 ଠାରେ ଶହେ ସିଟ୍ ବିଶିଷ୍ଟ ଆବାସିକ ବାଳିକା ବିଦ୍ୟାଳୟ ନିର୍ମାଣ କରିବା, ଗଙ୍ଗାବାଡ ଏବଂ ଓକରାଣ୍ଡି ଠାରେ ଥିବା ଉପସ୍ଵାସ୍ଥ୍ୟ କେନ୍ଦ୍ର ରହିଥିଲେ ମଧ୍ୟ ସେଠାରେ କର୍ମଚାରୀ ନିଯୁକ୍ତ କରି କାର୍ଯ୍ୟକ୍ଷମ କରିବା, ଏହି ଅଞ୍ଚଳରେ ଏକ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ କରିବା, ମୋବାଇଲେ ସେବା ଯୋଗାଇଦେବା, ଏହି ଅଞ୍ଚଳର ଲୋକେ ସଂଗ୍ରହ କରୁଥିବା ଲଘୁବନଜାତ ଦ୍ରବ୍ୟର ବିକ୍ରି ବଟା ପାଇଁ ବଜାର ସୃଷ୍ଟି କରିବା ଆଦି ଦାବି ରହିଥିଲା ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଙ୍ଗାବାଡ-କେରାଣ୍ଡି ପଞ୍ଚାୟତବାସୀଙ୍କ ବିକ୍ଷୋଭ

ବାମନେତା ଭାଲଚନ୍ଦ୍ର ଷଡଙ୍ଗୀ ଏବଂ ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ନିକଟରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଵାଧୀନତାର 75 ବର୍ଷ ପରେ ମଧ୍ୟ ଗଙ୍ଗାବାଡ ଏବଂ କେରାଣ୍ଡି ପଞ୍ଚାୟକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚିପାରି ନାହିଁ । ଯାହାର ଫାଇଦା ନେଇ ଆନ୍ଧ୍ର ସେଠାକାର ଲୋକଙ୍କୁ ପ୍ରଲୋଭିତ କରି ନିଜ ସପକ୍ଷକୁ ନେଉଛି । ଏହାକୁ ବିରୋଧ କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଉଛି । ଏପରିକି କେତେକଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ମଧ୍ୟ ଉଦ୍ୟମ କରୁଛି ।

ଆନ୍ଧ୍ରର ଜଣେ ମନ୍ତ୍ରୀ ଓଡିଶାକୁ ଆସି ଓଡିଶାର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଗତ 9 ତାରିଖରେ ଯେଭଳି ବ୍ୟବହାର କଲେ ତାହା ନିନ୍ଦନୀୟ । କିନ୍ତୁ, ଆଜିଯାଏଁ ଏହାର ଉଚିତ ଜବାବ ଦେବା ପାଇଁ ନା ପ୍ରଶାସନ ନା ସରକାର କେହି ହେଲେ ମଧ୍ୟ କୌଣସି ପ୍ରକାର ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯାହାକି ସେମାନଙ୍କୁ ସାହସ ଯୋଗାଉଥିବା ବେଳେ ସେହି ଅଞ୍ଚଳରେ ରହୁଥିବା ଓଡିଶା ପ୍ରତି ଦରଦ ଥିବା ଲୋକେ ଚିନ୍ତାରେ ପଡିଛନ୍ତି ବୋଲି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ କହିବା ସହ ତୁରନ୍ତ ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେହିପରି ସୀମାରେ ଅନୁପ୍ରବେଶ କରି ଆନ୍ଧ୍ରର ଜଣେ ମନ୍ତ୍ରୀ ଯେଭଳି ଦାଦାଗିରି ପ୍ରଦର୍ଶନ କରିଛନ୍ତି ତାହା କୌଣସି ପ୍ରକାରେ ଗ୍ରହଣଯୋଗ୍ୟ ନୁହେଁ । କିନ୍ତୁ, ସରକାର କାହିଁକି ଏହାର ଉଚିତ ଜବାବ ଦେବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ଏଯାଏଁ ପ୍ରଶ୍ନବାଚୀ ? ସୀମାନ୍ତରେ ଥିବା ଲୋକେ ବହୁ ଅସୁବିଧାରେ ରହୁଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ସରକାର ଆଜି ଯାଏଁ କୌଣସି ଆଗ୍ରହ ପ୍ରକାଶ ନକରିବା ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଛି । ତେଣୁ, ସୀମାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ସେହଗି ଅଞ୍ଚଳର ସମସ୍ୟା ସମାଧାନ କରିବା ଆଶ୍ୟକ ବୋଲି କହିଛନ୍ତି ବାମନେତା ଭାଲଚନ୍ଦ୍ର ଷଡଙ୍ଗୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.