ପିକନିକ୍‌ ହେଲା କାଳ: ସମୁଦ୍ରରେ ବୁଡି ଜଣେ ମୃତ, ୨ ଗୁରୁତର

author img

By

Published : Nov 21, 2021, 10:48 PM IST

ପିକନିକ ହେଲା କାଳ: ସମୁଦ୍ରରେ ବୁଡ଼ି ୧ ଜଣେ ମୃତ, ୨ ଗୁରୁତର

ଗଜପତି ଜିଲ୍ଲାର ସେଞ୍ଚୁରୀୟନ୍ ୟୁନିଭରସିଟିର ୬୦ ଜଣ ବିଦ୍ୟାର୍ଥୀ ଗୋଟିଏ ବସ ଦ୍ଵାରା ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଭାବନପାଡୁ ବିଚକୁ ପିକନିକ୍ ପାଇଁ ଆସିଥିଲେ। ପ୍ରାୟ ୪୦ ଜଣ ବିଦ୍ୟାର୍ଥୀ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ ହେଲେ ୫ ଜଣ ବିଦ୍ୟାର୍ଥୀ ଭାସି ଯାଇଥିଲେ । ଅଧିକ ପଢନ୍ତୁ

ଗଜପତି: ଜିଲ୍ଲାର ସେଞ୍ଚୁରୀୟନ୍ ୟୁନିଭରସିଟିର ୬୦ ଜଣ ବିଦ୍ୟାର୍ଥୀ ଗୋଟିଏ ବସ ଦ୍ଵାରା ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଭାବନପାଡୁ ବିଚକୁ ପିକନିକ୍ ପାଇଁ ଆସିଥିଲେ। ପ୍ରାୟ ୪୦ ଜଣ ବିଦ୍ୟାର୍ଥୀ ସମୁଦ୍ରରେ ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ । ହେଲେ ହଠାତ ଗୋଟିଏ ବଡ଼ ଲହଡ଼ିରେ ୫ ଜଣ ବିଦ୍ୟାର୍ଥୀ ଭାସି ଯାଇଥିଲେ । ନିକଟରେ ଉପସ୍ଥିତ ମାଛଧରାଳି ମାନେ ୪ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଜଣେ ବିଦ୍ୟାର୍ଥୀ ଭାସି ଯାଇଥିଲେ।

ପିକନିକ ହେଲା କାଳ: ସମୁଦ୍ରରେ ବୁଡ଼ି ୧ ଜଣେ ମୃତ, ୨ ଗୁରୁତର

ଏହି ଅଘଟଣାରେ ଶେଖର କୁମାର ବେହେରା ନାମକ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ଜଣେ ଛାତ୍ରୀ ଓ ଅନ୍ୟଜଣେ ମୁକ୍ତିକାନ୍ତ ବେହେରା ନାମକ ବିଦ୍ୟାର୍ଥୀ ଗୁରୁତର ଥିବା ସୂଚନା ମିଳିଛି । ତେବେ ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ଵାରା ଟେକାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଟେକାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.