ଆବାସ ଯୋଜନା ଫେଲ ! ପକ୍କା ଘର ନମିଳିବାରୁ ଭଙ୍ଗା ଘରେ ବିତୁଛି ଜୀବନ

author img

By

Published : Nov 30, 2022, 3:52 PM IST

ଆବାସ ଯୋଜନା ଫେଲ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗାଁ ଲୋକଙ୍କ ପାଇଁ ଆବାସ ଘର ପାଲଟିଛି ସାତ ସପନ । ଭଙ୍ଗା କୁଡିଆରେ କାଳ କାଟୁଛନ୍ତି ଗ୍ରାମବାସୀ । ତେବେ ଖୁବ କମ ଦିନ ଭିତରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ପରିଷଦର ନିର୍ବାହୀ ଅଧିକାରୀ । ଦେଖନ୍ତୁ ଏହି ରିପୋର୍ଟ

ଗଜପତି: ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ସରକାର । ହେଲେ ଏବେବି ଲୋକେ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି । ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ସାତ ସପନ ପାଲଟିଛି । ଗ୍ରାମବିକାଶ ତରଫରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗାଁରେ ପକ୍କା ଘର ଯୋଗାଇ ଦିଆଯାଇଥିଲା । ହେଲେ ଏବେ ଏ ଗୁଡିକର ଅବସ୍ଥା ନ କହିବା ଭଲ । ବିପଦ ସଙ୍କୁଳ ଅବସ୍ଥା ଏମିତି ଦିନ କାଟୁଛନ୍ତି ଗାଁ ଲୋକେ । ବାରମ୍ବାର ନିବେଦନ ପରେ ବି ଫଳ ଶୂନ । ନୀତି ନିୟମର ଦ୍ଵାହିଦେଇ ସରକାରଙ୍କ ଘୋଷିତ ଯୋଜନାରୁ ଏମାନେ ବଞ୍ଚିତ ହେଉଥିବା ନଜରକୁ ଆସିଛି ।

ଆବାସ ଯୋଜନା ଫେଲ

ଗ୍ରାମବାସୀଙ୍କ କହିବା ଅନୁସାରେ, " ଆମର ଏହି ସମସ୍ୟା ଆଜିର କି କାଲିର ନୁହେଁ । ଦୀର୍ଘ ୧୪ ବର୍ଷ ହେଲା ଆମେ ଏମିକି ଜୀବନ କାଟୁଛୁ । ଏହାରି ଭିତରେ ଅନେକ ବନ୍ୟା, ବାତ୍ୟା ହୋଇଛି । ଏହି ଭଙ୍ଗା ଘରେ ହିଁ ଜୀବନ କାଟିଛୁ । କେତେବେଳେ ଯେ ଆମ ଉପରେ କଳା ପାହା ମାଡି ଆସିବ କିଛି କହି ହେବ ନାହିଁ । ଆମେ ରାତ୍ରୀରେ ପିଲା ମାନଙ୍କୁ ଧରି ଶୋଇଥିବା ସମୟରେ ବିପତ୍ତି ଯେ ନଆସିବ କହିପାରୁନୁ । ଆମେ ବାରମ୍ବାର ସରକାରଙ୍କୁ ଗୁହାରି କରିବା ପରେ ମଧ୍ୟ କେହି ଆମ କଥା ଶୁଣୁ ନାହାଁନ୍ତି ।"

ଏହା ମଧ୍ୟ ପଢନ୍ତୁ: ଖୋଲିବ ଅର୍ଚ୍ଚନାର କଳା ଟଙ୍କା ଗୁମର, EDରେ ହାଜର ହେଲେ ଖଗେଶ୍ବରର ସହଯୋଗୀ ଚନ୍ଦନ

ରାୟଗଡ ବ୍ଲକ ଅଧିନ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମବିକାଶ ପକ୍ଷରୁ 5 ସେପ୍ଟେମ୍ବର 1998 ମସିହାରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ତିରିଶି ଗୋଟି ପକ୍କା ଘର ତିଆରି ହୋଇଥିଲା । ଉକ୍ତ ଗ୍ରାମରେ 30ଟି ପରିବାରର ପ୍ରାୟ 208 ଜନସଂଖ୍ୟା ଥିବାବେଳେ ଗ୍ରାମ ବିକାଶ ତରଫରୁ ଏହି ଘର ନିର୍ମାଣ କରାଯାଇଥିଲା । ହେଲେ ଘର ନିର୍ମାଣ ସମୟରେ ଦୁର୍ନିତୀ ଅନିୟମିତତା ଯୋଗୁଁ 10ବର୍ଷ ବେଳକୁ ଘରର ଅବସ୍ଥା ଶୋଚନୀୟ ହୋଇପଡିଛି । ନିମ୍ନମାନର କାମ ହୋଇଥିବାରୁ ଛାତଗୁଡିକ ବଙ୍କା ହୋଇ ଦବି ଯାଇ କାନ୍ଥ ଫାଟିବା ସହିତ ଛାତର ଭିତର ପଟୁ ପରସ୍ତ ପରସ୍ତ ପଲସ୍ତରା ବାହାରି ଲୁହା ଛଡ ଦେଖାଯାଉଛି । ବର୍ଷ। ହେଲେ ଛାତରୁ ପାଣି ଝରିବା ସହିତ ଘରଦ୍ବାର ପାଣି ହୋଇଯାଉଥିବା ଅଭିଯାଗ କରିଛନ୍ତି ଗ୍ରାମବାସୀ । ବର୍ଷା ଟିକିଏ ଅଧିକା ହେଲେ ସ୍କୁଲ ଘରେ ଆଶ୍ରୟ ନେଉଥିବା କହିଛନ୍ତି ଗ୍ରାମବାସୀ । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ତେବେ ଏନେଇ ଗଜପତି ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି, "ରେମ୍ପି ଗାଁ ସଂପର୍କରେ ଖବର ମିଳିବା ପରେ ତଦନ୍ତ କରି ସରକାରଙ୍କୁ ପଠାଇଦିଆଯାଇଛି । ଏହି ଗାଁର 31ଜଣଙ୍କୁ ପ୍ରାଥମିକତା ଭିତରେ ଖୁବ କମ ଦିନ ଭିତରେ ଘର ଯୋଗାଇ ଦିଆଯିବ ।" ତେବେ ଏମାନଙ୍କୁ ସରକାର ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଆଉ କେତେ ଦିନି ସମୟ ଲାଗିବ ତାହା ଦେଖିବାର କଥା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.