ସ୍ବାମ୍ବଲମ୍ବୀ ହେବେ କିନ୍ନର, ଗଜପତି ପ୍ରଶାସନର ପ୍ରୟାସ ଜାରି

author img

By

Published : Sep 8, 2022, 7:05 PM IST

ସ୍ବାମ୍ବଲମ୍ବୀ ହେବେ କିନ୍ନର, ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି

କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗଜପତି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି । କିଛି ଦିନ ତଳେ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୋକାନ କରିବା ପାଇଁ ଘର ଯୋଗାଇ ଦିଆଯାଇଥିଲା । ଏବେ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଶାସନ ହସ୍ତଶିଳ୍ପ ଦକ୍ଷତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଗଜପତି: ସ୍ବାମ୍ବଲମ୍ବୀ ହେବେ କିନ୍ନର । ଏନେଇ ପ୍ରୟାସ ଜାରି ରଖିଛି ଗଜପତି ଜିଲ୍ଲା ପ୍ରଶାସନ । ସାଧାରଣତଃ କିନ୍ନରମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଥାଏ । ଆଜି ବି ସେମାନଙ୍କୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭାବନା ରହିଛି । ତେଣୁ ଲୋକେ ସେମାନଙ୍କୁ ଗ୍ରହଣ କରୁନାହାନ୍ତି । କିନ୍ନରମାନଙ୍କ ନିକଟରେ ଅନେକ ପ୍ରତିଭା ରହିଥାଏ । ହେଲେ ସମାଜରେ ସେମାନଙ୍କୁ ଅଛୁଆଁ କରିଦିଆଯାଉ ଥିବାରୁ ସେମାନଙ୍କ ପାଇଁ ଜୀବନ ଜୀବିକା କାଠିକର ହୋଇ ଯାଇଥାଏ । ତେଣୁ ସେମାନେ ବାହାରେ ରହିବା ସହ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ନିଜର ଭରଣପୋଷଣ କରୁଥିବା ଦେଖିବାକୁ ମିଳୁଛି । ହେଲେ ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରଶାସନ ପକ୍ଷରୁ ଗତ କିଛି ଦିନ ହେଲା ପ୍ରୟାସ ଜାରି ରହିଛି ।

ସ୍ବାମ୍ବଲମ୍ବୀ ହେବେ କିନ୍ନର, ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି

ତେବେ ଜିଲ୍ଲାରେ ଏନେଇ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରେ ଏକ ଦୋକାନଗୃହ ଯୋଗାଇ ଦିଆଯାଇଥିବାବେଳେ, ସେମାନେ ସେଠାରେ ଚାହା ଦୋକାନ କରି କିଛି ଟଙ୍କା ଆୟ କରୁଛନ୍ତି । ଆଉ ଏକ ପାଦ ଆଗକୁ ଯାଇ କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଚାଲିବ ।

ଏଥିସହ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ହସ୍ତଶିଳ୍ପ ମଧ୍ୟରୁ ଟେରାକୋଟା, ଚାନ୍ଦୁଆ, ପଟଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି(Gajapati District Administration to trained transgender) । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି, "ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କିନ୍ନରଙ୍କୁ ଟେରାକୋଟା ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥିଲାବେଳେ ପରବର୍ତ୍ତି ସମୟରେ ଅନ୍ୟ ୩୦ଜଣଙ୍କୁ ଚାନ୍ଦୁଆ, ପଟ ଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ କିନ୍ନର ମାନଙ୍କୁ ଆତ୍ମନିର୍ଭରଶୀଳ ଲାଗି ଋଣ ରାଶି ଏବଂ ପ୍ରୋତ୍ସାହନ ରାଶି ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ତରଫରୁ ଯୋଗାଇ ଦିଆଯିବା ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ରାଜ୍ୟ ପ୍ରକଳ୍ପ ସଂଯାଜକ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଗ୍ରହୀ କିନ୍ନରମାନେ ଯୋଗଦେଇ ସରକାର ଏବଂ ଜିଲ୍ଲା ପ୍ରଶାସନର ଏହିଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.