ପୋଖରୀରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ

author img

By

Published : Sep 8, 2021, 4:22 PM IST

ପୋଖରୀରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ

ଗଜପତି ଜିଲ୍ଲା ମୋହନା ବ୍ଲକ ବାଉଁଶୁରୀ ଗାଁରେ ଥିବା ଏକ ପୋଖରୀରେ ଭାସୁଛି ମୃତଦେହ । ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ...

ଗଜପତି: ଗାଁ ପୋଖରୀରେ ଭାସୁଛି ମୃତଦେହ । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବାଉଁଶୁରୀ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ମୃତକ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଡ୍ରାଇଭର ସୀତାରାମ ଜାନୀଙ୍କ ବାପା ଶୁକଦେବ ଜାନୀ । ମୃତକଙ୍କ ପାଟି, ଆଖି ଓ ନାକରୁ ରକ୍ତ ବାହାରୁଥିବା ଯୋଗୁଁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଶୁକଦେବ ଗତ ସୋମବାର ଠାରୁ ନିଖୋଜ ଥିଲେ । ହେଲେ ବୁଧବାର ଗାଁ ପୋଖରୀରେ ଭାସମାନ ଅବସ୍ଥାରେ ତାଙ୍କ ମୃତଦେହ ଦେଖାଯାଇଛି । ପୋଲିସ ଏ ଯାଏଁ ଘଟଣାସ୍ଥଳରେ ପହଞ୍ଚି ନଥିବାବେଳେ ପରିବାର ଲୋକେ ମୋହନା ଥାନାରେ ଅଭିଯୋଗ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.