DFOଙ୍କୁ ମାରାଥନ ଜେରା, ଫେରିବା ବେଳେ ସାମ୍ବାଦିକଙ୍କୁ ଦେଖାଇଲେ ରୋବାବ୍

author img

By

Published : Aug 21, 2021, 9:56 AM IST

Updated : Aug 21, 2021, 4:23 PM IST

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ଆଜି  DFOଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ DFOଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ ଜେରା । ଜେରା ସାରି ଫେରିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଲି ଆଖି ଦେଖାଇଲେ DFO । ଅଧିକ ପଢନ୍ତୁ...

ଗଜପତି: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ DFOଙ୍କୁ କ୍ରାଇମବ୍ରାଞ୍ଚର ଜେରା । ଦୀର୍ଘ ୩ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ । ପଚରାଉଚରା ସମୟରେ DFO ଅନେକ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି । ବିଦ୍ୟାଭାରତୀଙ୍କ ସହିତ ନିଜ ଅନୈତିକ ସମ୍ପର୍କକୁ ଖଣ୍ଡନ କରିବା ସହ ମୃତ୍ୟୁକାଳନୀ ଜମାନବନ୍ଦୀ ସମୟରେ ସେ ଉପସ୍ଥିତ ଥିବା ଘଟଣାକୁ ସ୍ବୀକାର କରିଛନ୍ତି । ହେଲେ ଜମାନବନ୍ଦୀରେ ଡାକ୍ତର କ'ଣ ସବୁ ଲେଖିଛନ୍ତି ତାହା ସେ ଦେଖି ନଥିବା କ୍ରାଇମବ୍ରାଞ୍ଚଙ୍କୁ କହିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ଏହା ସୂଚନା ଦେଇଛନ୍ତି । ହେଲେ ଜେରା ସାରି ବାହାରକୁ ଆସିବା ପରେ ରୋବାବ୍ ଦେଖାଇଛନ୍ତି DFO । ଗଣମାଧ୍ୟମ ପ୍ରତିନିଧୀଙ୍କୁ ନାଲି ଆଖି ଦେଖାଇବା ସହ ବିଭିନ୍ନ ପ୍ରଶ୍ନରେ ‘ମୁଁ କିଛି କହିବି ନାହିଁ’ ଓ ‘ମୋ ଇଚ୍ଛା ଭଳି’ ନାନା କଥା କହିଛନ୍ତି ।

DFOଙ୍କୁ ମାରାଥନ ଜେରା, ଫେରିବା ବେଳେ ସାମ୍ବାଦିକଙ୍କୁ ଦେଖାଇଲେ ରୋବାବ୍

ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଲିବାକୁ ପୁରା ଦମ୍ ଲଗାଇଛି କ୍ରାଇମବ୍ରାଞ୍ଚ । ଟିମ୍ ଗତ ୭ ଦିନରେ ୧୩ ଜଣଙ୍କୁ ଜେରା କରିସାରିଥିବାବେଳେ ଆଜି ଅଷ୍ଟମ ଦିନରେ ଘଟଣାର ଅନ୍ୟତମ ଅଭିଯୁକ୍ତ ପାରଳାଖେମୁଣ୍ଡି DFO ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି ।

DFOଙ୍କୁ ମାରାଥନ ଜେରା, ଫେରିବା ବେଳେ ସାମ୍ବାଦିକଙ୍କୁ ଦେଖାଇଲେ ରୋବାବ୍

ଆଜି ସକାଳ ୯ଟାରୁ ସାଢେ ୧୨ଟା ଯାଏଁ ପୋଲିସ ଗେଷ୍ଟ ହାଉସରେ ମାରାଥନ ଜେରା କରିଛି ଟିମ୍ । ଜେରା ସମୟରେ ଡିଏଫଓ ଅନେକ ପ୍ରଶ୍ନର ଉତ୍ତର ଦେଇପାରି ନାହାଁନ୍ତି । ତେଣୁ ଆବଶ୍ୟକ ହେଲେ ପୁଣି ଥରେ ତାଙ୍କୁ ଜେରା କରାଯିବ ଏବଂ ଲାଏ ଡିଟେକ୍ସନ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ର ।

ମାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ DFOଙ୍କ ବ୍ୟବହାର ସମସ୍ତଙ୍କୁ ଚକିତ କରିଛି । ଜେରା ସମ୍ପର୍କରେ ସେ ପଦୁଟିଏ ମୁହଁ ଖୋଲି ନଥିବାବେଳେ ଏଭଳି ନାଲି ଆଖି ଦେଖାଇବା ଏବଂ ଚିଲାଇବା ତାଙ୍କ ବିରୁଦ୍ଧରେ ଉପୁଜିଥିବା ସନ୍ଦେହକୁ ଆହୁରି ବଢାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Aug 21, 2021, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.