ଜିଲ୍ଲାରେ ନାହିଁ ପଛୁଆ ବର୍ଗ ପାଇଁ ଆସନ, ହେଲେ ଅଧ୍ୟକ୍ଷ ପଦ ନେଇ ରହିଛି ସଂରକ୍ଷଣ

author img

By

Published : Oct 16, 2021, 10:40 PM IST

BJP mla k narayan rao Press Meet on zilla parishad reservation seat of gajapati distirict

ଗଜପତି ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଆସନ ମଧ୍ଯରୁ ଗୋଟିଏ ହେଲେ ମଧ୍ଯ ପଛୁଆବର୍ଗ ପାଇଁ ସଂରକ୍ଷିତ ନଥିଲେ ମଧ୍ଯ ରାଜ୍ଯ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଚିଠା ତାଲିକାରେ ଜିଲ୍ଲା ପରିଷଦ ଅଧ୍ଯକ୍ଷକୁ ପଛୁଆବର୍ଗ ପ୍ରତି ସଂରକ୍ଷିତ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: ଶନିବାର ପ୍ରକାଶିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଚିଠା ବିଜ୍ଞପ୍ତିରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ହେଲେ ଜିଲ୍ଲାର ଗୋଟିଏ ହେଲେ ଆସନ (ସଭ୍ୟ) ପଛୁଆ ବର୍ଗଙ୍କ ପାଇଁ ନାହିଁ । ଫଳରେ କିଭଳି ଅଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ।

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଅନୁଯାୟୀ ଗଜପତି ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଆସନ ମଧ୍ଯରୁ ଗୋଟିଏ ହେଲେ ମଧ୍ଯ ପଛୁଆବର୍ଗ ପାଇଁ ସଂରକ୍ଷିତ ନଥିଲେ ମଧ୍ଯ ରାଜ୍ଯ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଚିଠା ତାଲିକାରେ ଗଜପତି ଜିଲ୍ଲା ପରିଷଦ ଅଧ୍ଯକ୍ଷକୁ ପଛୁଆବର୍ଗ ପ୍ରତି ସଂରକ୍ଷିତ ରଖିବା ନେଇ ଜିଲ୍ଲାବାସୀ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି ।

୭ଟି ବ୍ଲକକୁ ନେଇ ଗଠିତ ଗଜପତି ଜିଲ୍ଲାରେ ୧୪ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ୧୪ଟି ଯାକ ଆସନ ମଧ୍ୟରୁ ଗୋଟିଏ ବି ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ନାହିଁ ।

ଏଭଳି ସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ କିଭଳି ରଖାଯାଇଛି ତାହା ବର୍ତମାନ ସବୁଠାରୁ ବଡ ପ୍ରଶ୍ନବାଚୀ । ତେଣୁ ଏହି ସଂରକ୍ଷଣ ତାଲିକାର ପୁନଃବିଚାର କରାଯିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.