Justice For Mamita: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

author img

By

Published : Oct 28, 2021, 3:37 PM IST

Justice For Mamita: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଗଜପତି ଜିଲ୍ଲା ବିଜେପି । ଏହି ହତ୍ୟାକାଣ୍ଡ ମାମଲାରେ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢ଼ନ୍ତୁ...

ଗଜପତି: ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଗଜପତି ଜିଲ୍ଲା ବିଜେପି । ଏହି ହତ୍ୟାକାଣ୍ଡ ମାମଲାରେ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାପରେ ବିଜେପି କର୍ମୀମାନେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଛନ୍ତି ।

Justice For Mamita: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓଙ୍କ ନେତୃତ୍ବରେ ବିଜେପି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବାରି ହେଉଥିଲେ ସୁଦ୍ଧା ଯାଏଁ ତାଙ୍କୁ ଗିରଫ କରାଯାଉନାହିଁ । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାରେ ତାଙ୍କୁ ଏଯାଏଁ ମନ୍ତ୍ରୀପଦରୁ ବହିଷ୍କାର ମଧ୍ୟ କରୁନାହାନ୍ତି । ବର୍ତ୍ତମାନ ପୋଲିସ୍‌ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ବଦଳରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମାଣ ନଷ୍ଟ କରିବାରେ ଲାଗିପଡ଼ିଥିବା ଅଭିଯୋଗ ହୋଇଛି ।

ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ସମ୍ମାନ ଓ ସ୍ବଚ୍ଛ ଶାସନର ଦ୍ବାହି ଦେଉଛନ୍ତି । ହେଲେ ମମିତା ମେହେର ହତ୍ୟା ଘଟଣାରେ ଏହି ଦୁଇଟିଯାକ କଥାର ଓଲଟା ଚିତ୍ର ଦେଖିବାକୁ ମିଳିଛି ବୋଲି କହିଛି ବିଜେପି । ଏହାକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେପି ସଭାପତି ସନ୍ତୋଷ ଜେନା, ଜିଲ୍ଲା ଯିବ ମୋର୍ଚ୍ଚା ପ୍ରଭାରୀ ରାଧାମାଧବ ପରିଡା, ବିଜେପି ନେତା ନୃସିଂହଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରୀ ସୀମାଦ୍ରୀ, ବିଜେପି ନେତ୍ରୀ ଅରୁଣିମା ସାହୁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ନେତା ସାମିଲ ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.