Justice For Mamita: ନଭେମ୍ବର ୬ରେ ଗଜପତିରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

author img

By

Published : Nov 4, 2021, 5:14 PM IST

Justice For Mamita: ନଭେମ୍ବର ୬ରେ ଗଜପତିରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏହାର ପ୍ରତିବାଦ କରି ନଭେମ୍ବର ୬ ତାରିଖ ଦିନ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ଅଧିକ ପଢ଼ନ୍ତୁ...

ଗଜପତି: ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଶେଷ କରି ମହିଳାମାନେ ରାଜ୍ୟରେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଦେଖିଲେ ପ୍ରତ୍ୟେକ ଘଟଣାରେ କେହି ନା କେହି ବିଜେଡି ନେତା ବା ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବା ସ୍ପଷ୍ଟ ହେଉଛି । ମହାଲିଙ୍ଗ ସନସାଇନ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନିର୍ମମ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିବା ଘଟଣାରେ ବର୍ତ୍ତମାନ ଗୃହଗମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି । ଏଭଳି ସବୁ ଘଟଣାକୁ ବିରୋଧ କରି ଆସନ୍ତା ୬ ତାରିଖରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

Justice For Mamita: ନଭେମ୍ବର ୬ରେ ଗଜପତିରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗଜପତି ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । କେବଳ ମମିତା ମେହେର ଘଟଣା ନୁହେଁ, ମାହାଙ୍ଗା ଡବଲ ମର୍ଡର, ନୟାଗଡର ପରୀ, ପିପିଲି ବେବିନା ଏବଂ ଟିକିରି ଆଦି ଘଟଣାରେ କୌଣସି ନା କୌଣସି ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ଏସବୁ ଘଟଣାରେ ବି ରାଜ୍ୟ ସରକାର ତଦନ୍ତକୁ ସଠିକ ବାଟରେ ଛାଡି ନଥିଲେ । ଫଳରେ ଏବେବି ଏହି ସବୁ ଘଟଣାରେ ଦୋଷୀ ଧରା ପଡ଼ିନାହାନ୍ତି । ରାଜ୍ୟର ଏଭଳି ସ୍ଥିତି ଯୋଗୁଁ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ଏବେ ମମିତା ମେହେରା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇ ଆସୁଛି । ତାଙ୍କ ଇସ୍ତଫା ଦାବି କରାଯାଇଥିଲେ ସୁଦ୍ଧା ତାହା ହେଉନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରୁନାହାନ୍ତି । ତେଣୁ ନିରପେକ୍ଷ ତଦନ୍ତ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହାର ପ୍ରତିବାଦ କରି ନଭେମ୍ବର ୬ ତାରିଖ ଦିନ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ।

ଆଜି(ଗୁରୁବାର) ଗଜପତି ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ ଏହି ସୂଚନା ଦେଇଛନ୍ତି । ଏହି ବନ୍ଦ ଡାକରାରେ ସଭିଁଏ ସହାୟତା କରିବାକୁ ନିବେଦନ କରାଯାଇଛି । ଏହି ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ବୋଲି ବିଜେପି ସୂଚନା ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ ଏବଂ ବିଭୂତି ଭୂଷଣ ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.