‘ସୀମାରେ ପଶି ଧମକାଉଛି ଆନ୍ଧ୍ର, ଡରୁଛନ୍ତି ଓଡିଶା ସରକାର’

author img

By

Published : Sep 16, 2021, 8:48 PM IST

‘ସୀମାରେ ପଶି ଧମକାଉଛି ଆନ୍ଧ୍ର, ଡରୁଛନ୍ତି ଓଡିଶା ସରକାର’

ରାୟଗଡ ବ୍ଲକ ଅନ୍ତର୍ଗତ ସୀମାନ୍ତ ମାଣିକପାଟଣା ଗାଁରେ ଆନ୍ଧ୍ରର ଦାଦାଗିରି ପରେ ରାଜ୍ୟ ସରକାରଙ୍କୁ କଟାକ୍ଷ କଲା ବିଜେପି । ରାଜ୍ୟ ସରକାର ଆନ୍ଧ୍ରକୁ ଭୟ କରୁଥିବା କହିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର । ଅଧିକ ପଢନ୍ତୁ...

ଗଜପତି: ରାୟଗଡ ବ୍ଲକ ଅନ୍ତର୍ଗତ ସୀମାନ୍ତ ମାଣିକପାଟଣା ଗାଁରେ ଆନ୍ଧ୍ରର ଦାଦାଗିରି ପରେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ବିଜେପି । ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୀମା ବିବାଦକୁ ନେଇ ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।

‘ସୀମାରେ ପଶି ଧମକାଉଛି ଆନ୍ଧ୍ର, ଡରୁଛନ୍ତି ଓଡିଶା ସରକାର’

ଏ ବିଷୟ ନେଇ ବିଜେପିର ଏକ ପ୍ରତନିଧି ଦଳ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ଵରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ତାପରେ ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀଙ୍କ ସହ ବର୍ତ୍ତମାନ ସ୍ଥିତି ନେଇ ଅଧିକ ଆଲୋଚନା କରିଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଥିଲେ ଭୃଗୁ ।

ଭୃଗୁ କହିଛନ୍ତି, ଆନ୍ଧ୍ରର ଜଣେ ମନ୍ତ୍ରୀ ଓଡ଼ିଶା ସୀମାରେ ପ୍ରଵେଶ କରି ଓଡ଼ିଶା ସରକାରଙ୍କ ୧୪୪ ଧାରା ଭାଙ୍ଗିବା ସହ ଓଡ଼ିଆ ଅଧିକାରୀଙ୍କୁ ଧମକ ଦେଲେ, ଅଥଚ ଦୀର୍ଘ ଦିନ ପରେ ମଧ୍ୟ ଓଡିଶା ସରକାର ପକ୍ଷରୁ ଏ ନେଇ ଏତଲାଟିଏ ମଧ୍ୟ ହେଲାନାହଁ । ଆନ୍ଧ୍ର ସରକାରଙ୍କୁ ରାଜ୍ୟ ସରକାର ଭୟ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ । ପୋଲିସ ନା ପ୍ରଶାସନ ଏନେଇ କଣ ପଦକ୍ଷେପ ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ କହୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଭୃଗୁ ବକ୍ସିପାତ୍ର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.