ବୈଷୟିକ ଜ୍ଞାନରେ ବିକଶିତ ହେବ କୃଷି, ଏଓଏମ ସହ ଚୁକ୍ତିନାମା ସ୍ବାକ୍ଷରିତ

author img

By

Published : Jan 25, 2023, 8:18 AM IST

AOM signed with Centurion University

ବୈଷୟିକ ଜ୍ଞାନ କୌଶଳରେ କୃଷିର ବିକାଶ ଲକ୍ଷ୍ୟରେ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ସହ ଦକ୍ଷିଣ ଆଫ୍ରିକା ଗାବୋନ ସ୍ଥିତ ଏଓଏମ ଏକ ଚୁକ୍ତିନାମା ସ୍ବାକ୍ଷରିତ କରିଛି । ଅଧିକ ପଢନ୍ତୁ

ବୈଷୟିକ ଜ୍ଞାନରେ ବିକଶିତ ହେବ କୃଷି, ଏଓଏମ ସହ ଚୁକ୍ତିନାମା ସ୍ବାକ୍ଷରିତ

ପାରଳାଖେମୁଣ୍ଡି: କୃଷିର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ରହିଥିବା ଦକ୍ଷିଣ ଆଫ୍ରିକାର ଆଣ୍ଡେମ ଅଞ୍ଚଳରେ ବୈଷୟିକ ଜ୍ଞାନର ଉପଯୋଗ କରି ଯୋଜନାବଦ୍ଧ ଭାବେ କୃଷିର ବିକାଶ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ସହ ଦକ୍ଷିଣ ଆଫ୍ରିକା ଗାବୋନ ସ୍ଥିତ ଏଓଏମ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ବବିଦ୍ୟାଳୟର ଉପସଭାପତି ପ୍ରଫେସର ଡିଏନ ରାଓ ଏବଂ ଏଓଏମର ମହାନିର୍ଦ୍ଦଶେକ ରାଜେଶ ପାରେଖଙ୍କ ଉପସ୍ଥିତ ରହି ଚୁକ୍ତିନାମା ସ୍ବାକ୍ଷର କରିଥିଲେ ।

ଦକ୍ଷତା ବୃଦ୍ଧି ଏବଂ କୃଷିର ବିକାଶ ପାଇଁ ସାରା ଦେଶରେ ପ୍ରତିଷ୍ଠା ଲାଭ କରିଥିବା ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ସହ ମିଶି ଦକ୍ଷିଣ ଆଫ୍ରିକା ଗାବୋନ୍ ସ୍ଥିତ ଏଓଏମ ଅଞ୍ଚଳରେ ବୈଷୟିକ ଜ୍ଞାନର ଉପଯୋଗ କରି ଯୋଜନାବଦ୍ଧ ଭାବେ କୃଷିର ବିକାଶ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସେଞ୍ଚୁରିୟନ ବିଶ୍ବାବିଦ୍ୟାଳୟ ଅଧିନରେ ଥିବା ଏମ.ଏସ ସ୍ବାମୀନାଥନ କୃଷି ବିଦ୍ୟାଳୟରେ ସମସ୍ତ ପ୍ରକାର ବୈଷୟିକ ଜ୍ଞାନ କୌଶଳ ରହିଥିବାରୁ ଆଣ୍ଡେମ ଅଞ୍ଚଳରେ କୃଷିର ବିକାଶ ସହଜ ହେବା ସମ୍ଭାବନା ରହିଛି । ତେଣୁ ଆସନ୍ତା 5ବର୍ଷ ଯାଏଁ ମିଳିତ ଭାବେ କାମ କରିବା ପାଇଁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ଏବଂ ଏଓଏମ ପକ୍ଷରୁ କୁହାଯାଇଛି ।

ଏହି ଚୁକ୍ତି ସ୍ବାକ୍ଷର ସମୟରେ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ଉପସଭାପତି ତଥା ପ୍ରଫେସର ଡିଏନ ରାଓ କହିଛନ୍ତି, "ଦକ୍ଷିଣ ଆଫ୍ରିକା ଗାବୋନ୍ ସ୍ଥିତ ଏଓଏମ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ସହ ଏକ ଚୁକ୍ତି କରିଛନ୍ତି । କୃଷି କ୍ଷେତ୍ରରେ ଆମ ପିଲା ସେଠି ଯୋଗ ଦେବେ । ସେଠି ଶୀତଳ ଭଣ୍ଡାର ଓ ଉପକର ରହିଛି । ପାଖାପିଖି 9 ହଜାର ହେକ୍ଟର ଜମିରେ ଚାଷ ହେବ । ଜୁନ ସୁଦ୍ଧା 5ଶହ ହେକ୍ଟର ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗାବୋନର 95 ପ୍ରତିଶତ ଖାଦ୍ୟ ବାହାରୁ ଆସୁଛି ।" ସେମାନେ ଚାହୁଁଛନ୍ତି ପ୍ରାଇଭେଟ ଏଣ୍ଟରପ୍ରିନ୍ୟୁରଙ୍କୁ ପ୍ରୋତ୍ସାହନ କରି ଗାବୋନ୍ ପର୍ଯ୍ୟାପ୍ତ ପରିମାଣ ଖାଦ୍ୟ ଦେଶ କରିବାକୁ ସେମାନେ ଏହି ଚୁକ୍ତି କରିଛନ୍ତି ।

ଏହି ଅବସରରେ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟ୍ରାର ଡ.ଅନୀତା ପାତ୍ର, ଡିନ୍ ଡ.ଏସ.ପି ନନ୍ଦ, ନିର୍ଦ୍ଦେଶେକ ଡ.ଦୁର୍ଗା ପ୍ରସାଦ ପାଢୀ, ଡ.ମୋନାଲିସା ଘୋଷ୍, ଡ.ସୁବା ରାଓ ଏବଂ ଜେ.ଅନୀଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.