ACF ମୃତ୍ୟୁ ମାମଲା, କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

author img

By

Published : Oct 9, 2021, 12:39 PM IST

Updated : Oct 9, 2021, 2:03 PM IST

ACF ମୃତ୍ୟୁ ମାମଲା, କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

12:24 October 09

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା, ୫୦୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ

ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । କେସ୍ କ୍ଲୋଜ କଲା କ୍ରାଇମବ୍ରାଞ୍ଚ ଟିମ୍ । ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ଦାଖଲ ହେଲା ଚାର୍ଜସିଟ । ପାରଳାଖେମୁଣ୍ଡି କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି  ।  

୮୧ ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ ପରେ ଚାର୍ଜସିଟ୍ ହୋଇଛି । ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କହିଲେ ଏଡିଜି  । ୩ଟି ପର୍ଯ୍ୟାୟରେ ପାରିପାର୍ଶିକ ପ୍ରମାଣ ଯୋଗାଡ଼ ହୋଇଥିଲା । ସାଇଣ୍ଟିଫିକ ପ୍ରମାଣ ଆଧାରରେ ପ୍ରମାଣ ଦାଖଲ ହୋଇଛି । ମୃତ୍ୟୁକାଳୀନ ଜମାନବନ୍ଦୀ ମୁଖ୍ୟ ପ୍ରମାଣ ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Oct 9, 2021, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.