ଶିକ୍ଷକଙ୍କ ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ରାତି ଅଧରେ ହଷ୍ଟେଲ ଛାଡିଲେ ୪୫ ଆଦିବାସୀ ଛାତ୍ର

author img

By

Published : Sep 2, 2021, 6:08 PM IST

ରାତି ଅଧରେ ହଷ୍ଟେଲ ଛାଡିଲେ ୪୫ ଜଣ ଆଦିବାସୀ ଛାତ୍ର, ନ୍ୟାୟ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସାକ୍ଷାତ

ଶିକ୍ଷକଙ୍କ କାରନାମାର ପର୍ଦ୍ଦାଫାସ ପାଇଁ ରାତି ଅଧରେ ହଷ୍ଟେଲ ଛାଡିଲେ ୪୫ ଜଣ ଆଦିବାସୀ ଛାତ୍ର । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ ମହେନ୍ଦ୍ରଗଡ ସ୍ଥିତ କାର୍ତ୍ତୀକା ଗମାଙ୍ଗ ହାଇସ୍କୁଲର 9ମ ଓ 10ମ ଶ୍ରେଣୀର ଏହି ଛାତ୍ରମାନେ ଅଧାରାସ୍ତା ଚାଲିଥିବା ବେଳେ ଆଉ ଅଧାରାସ୍ତା ବସରେ ଆସିଥିବା କହିଛନ୍ତି । ଅଧିକ ପଢନ୍ତୁ...

ଗଜପତି: ରାତି ଅଧରେ ହଷ୍ଟେଲ ଛାଡିଲେ ୪୫ ଜଣ ଆଦିବାସୀ ଛାତ୍ର । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ ମହେନ୍ଦ୍ରଗଡ ସ୍ଥିତ କାର୍ତ୍ତୀକା ଗମାଙ୍ଗ ହାଇସ୍କୁଲର 9ମ ଓ 10ମ ଶ୍ରେଣୀର ଏହି ଛାତ୍ରମାନେ ଅଧାରାସ୍ତା ଚାଲିଥିବା ବେଳେ ଆଉ ଅଧାରାସ୍ତା ବସରେ ଆସିଥିବା କହିଛନ୍ତି । ଏହି ଛାତ୍ରମାନେ ପାରଳାଖେମୁଣ୍ଡି ଆସି ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇ ସେମାନଙ୍କ ଅଭିଯୋଗ ଜଣାଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ନାହାକ ଏବଂ ଶିକ୍ଷକ ରାଧାକୃଷ୍ଣ ପଣ୍ଡା ପିଲାଙ୍କ ପାଇଁ ଆସିଥିବା ମାଗଣା ପୁସ୍ତକ ବିକ୍ରି କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ସ୍କୁଲର ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କଲେ ସେମାନଙ୍କୁ ଦୁର୍ବ୍ଯବହାର କରାଯାଉଥିବା ମଧ୍ୟ ସେମାନେ କହିଛନ୍ତି । ଏହି ଘଟଣାର ତଦନ୍ତ କରାଯିବାର ପ୍ରତିଶୃତି ଦେବା ସହ ସେମାନଙ୍କୁ ପୁଣିଥରେ ହଷ୍ଟେଲକୁ ପଠାଇ ଦିଆଯାଇଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

ରାତି ଅଧରେ ହଷ୍ଟେଲ ଛାଡିଲେ ୪୫ ଜଣ ଆଦିବାସୀ ଛାତ୍ର, ନ୍ୟାୟ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସାକ୍ଷାତ
ଆଦିବାସୀ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ପାଇଁ ମାଗଣା ହଷ୍ଟେଲ ସୁବିଧା ଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ଯାଏଁ ସବୁକିଛି ଯୋଗାଇ ଦେଉଛନ୍ତି । ହେଲେ ଏହାକୁ କାର୍ଯ୍ୟକାରୀ କରୁଥିବା ଶିକ୍ଷକମାନଙ୍କ ମନମାନି ଯୋଗୁଁ ପିଲାଙ୍କ ପାଖରେ ଏହା ସଠିକ ଭାବେ ପହଞ୍ଚି ପାରୁନାହିଁ । ସେମାନଙ୍କ ପାଇଁ ଆସୁଥିବା ଜିନିଷକୁ ବିକ୍ରି କରାଯାଉଥିବା ବେଳେ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କଲେ ଖରାପ ଭାଷାରେ ଗାଳି ଗୁଲଜ କରି ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।

ଗଜପତି ଜିଲ୍ଲାରୁ ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଜିଲ୍ଲା ରା.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ସ୍ଥିତ କାର୍ତ୍ତିକା ଗମାଙ୍ଗ ହାଇସ୍କୁଲରେ ଏଭଳି ଘଟଣା ଘଟୁଥିବା ଯୋଗୁଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତକାଲି ରାତିରେ 9ମ ଓ 10ମ ଶ୍ରେଣୀର 45ଜଣ ଛାତ୍ର ହଷ୍ଟେଲ ଛାଡିଥିଲେ । ସେମାନେ ରାମଗିରି ଯାଏଁ ପାଦରେ ଚାଲି ଚାଲି ଆସିଥିବା ବେଳେ ସେଠାରୁ ଏକ ବସ୍ଯୋଗେ ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଶାସନ ଦ୍ବାରସ୍ଥ ହୋଇ ସବୁ କଥା ବଖାଣିଥିଲେ । ପିଲାଙ୍କ ପାଇଁ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେଉଥିବା ବେଳେ ତାହାକୁ ବିକ୍ରି କରାଯାଉଛି । ସେହିପରି ପିଲାଙ୍କ ପାଇଁ ଅଣାଯାଉଥିବା ପନିପରିବାକୁ ମଧ୍ୟ ବିକ୍ରି କରାଯାଉଛି । ହଷ୍ଟେଲରେ ଗତ କିଛି ଦିନ ହେଲା ପାଣିର ଅସୁବିଧା ରହିଥିବା ବେଳେ ଏହାକୁ ନେଇ ଦୃଷ୍ଟି ଆକର୍ଷଣ କଲେ ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ନାହାକ ଏବଂ ଶିକ୍ଷକ ରାଧାକୃଷ୍ଣ ପଣ୍ଡା ଅକଥ୍ୟ ଭାଷାରେ ଗାଲିଗୁଲଜ କରୁଛନ୍ତି । ତେଣୁ ପ୍ରଶାସନକୁ ଏସବୁ ଜଣାଇ ସମସ୍ୟାର ସମାଧାନ ପାଇଁ ସେମାନେ ଏଭଳି ପନ୍ଥା ଆପଣାଇଥିବା ଛାତ୍ରମାନେ କହିଛନ୍ତି ।

ହଷ୍ଟେଲ ଛାଡ଼ିଥିବା ପିଲାମାନେ ପ୍ରଶାସନର ଦ୍ଵାରସ୍ଥ ହୋଇ ଏଭଳି ଅଭିଯୋଗ ଆଣିବା ପରେ ସେମାନଙ୍କୁ ଧରି ହଷ୍ଟେଲରେ ଛାଡିବା ପାଇଁ ଗଲେ ଖୋଦ୍ ଜିଲ୍ଲା ମଙ୍ଗଳ ଅଧିକାରୀ । ଏହି ସ୍କୁଲଟି ଶିକ୍ଷା ବିଭାଗ ଅଧିନରେ ରହିଥିବା ବେଳେ ହଷ୍ଟେଲଟି ମଙ୍ଗଳ ବିଭାଗ ଅଧିନରେ ପରିଚାଳିତ । ତେଣୁ, ଶିକ୍ଷକ ମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ସେନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସୂଚନା ଦିଆଯାଇଛି, ସେ ତାହାର ତଦନ୍ତ କରିବେ । କିନ୍ତୁ, ରାତି ଅଧିରେ ପିଲାମାନେ କିଭଳି ହଷ୍ଟେଲ ଛାଡିଲେ ତାହାର ତଦନ୍ତ ମଙ୍ଗଳ ବିଭାଗ ପକ୍ଷରୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ।

ଗଜପତି ଜିଲ୍ଲାରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ । ହେଲେ ଗତ କିଛି ଦିନ ମାସ ହେଲା ଏହିଭଳି ଘଟଣା ବନ୍ଦ ରହିଥିବା ବେଳେ ବର୍ତ୍ତମାନ ପୁଣିଥରେ ଆରମ୍ଭ ହେବା ନିଶ୍ଚିତ ଭାବେ ପ୍ରଶାସନ ପାଇଁ ମୁ୍ଣ୍ଡବ୍ୟଥା ବଢାଇ ଦେଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.