ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ : ୪ ଗିରଫ

author img

By

Published : Sep 17, 2022, 5:31 PM IST

ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ : ୪ ଗିରଫ

ଚାକିରି କରାଇ ଦେବା ନାଁରେ ଠକେଇ । ଅଭିଯୁକ୍ତଙ୍କୁ ଗିରଫ କରିବାରେ ଗଜପତି ପୋଲିସର ସଫଳତା । ଅଧିକ ପଢ଼ନ୍ତୁ

ଗଜପତି : ନାଭାଲରେ ଚାକିରି କରାଇ ଦେବାକୁ କହି ଠକି ନେଲେ ୧୨ ଲକ୍ଷ ଟଙ୍କା । ଟଙ୍କା ଠକେଇ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଆର.ବିନୋଦ କୁମାର, ବି.ରାକେଶ, କେ.ଶ୍ରୀକାନ୍ତ ଏବଂ କେ.ସୁଶାନ୍ତ ।

ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ : ୪ ଗିରଫ

ସୂଚନା ଅନୁଯାୟୀ, ଏହି ୪ଜଣ ଅଭିଯୁକ୍ତ ଅନେକ ଲୋକଙ୍କ ଠାରୁ ଚାକିରୀ କରାଇ ଦେବା ଆଳରେ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । ଏହି କ୍ରମରେ ପାରଳାଖେମୁଣ୍ଡି ରେଳଷ୍ଟେସନ ନିକଟସ୍ଥ ଶାନ୍ତି ନଗରର ଆଶିଷ କୁମାର ପ୍ରଧାନ ଟଙ୍କା ଠକେଇର ଶିକାର ହୋଇଥିଲେ । ନାଭାଲରେ ଚାକିରି କରାଇ ଦେବାକୁ କହି ଆର.ବିନୋଦ କୁମାର ୫ଲକ୍ଷ ଟଙ୍କା ନେଇଥିଲେ । ହେଲେ ଏହାରି ଭିତରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଚାକିରି ହୋଇନଥିଲା ଆଶିଷଙ୍କର । ଏନେଇ ଆଶିଷ ବିନୋଦଙ୍କୁ ନିଜ ଟଙ୍କା ଫେରାଇ ଦେବାକୁ କହିଥିଲେ । କିନ୍ତୁ ଆଉ ଫେରାଇ ନଥିଲେ ଅଭିଯୁକ୍ତମାନେ । ଏନେଇ ଆଶିଷ ଟଙ୍କା ଠକେଇ ଅଭିଯୋଗରେ ପାରଳାଖେମୁଣ୍ଡି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।

ଆଶିଷ କୁମାର ପ୍ରଧାନଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ସମୟରେ ଏହି ୪ଜଣ ଅଭିଯୁକ୍ତ ବିଶାଖାପାଟଣାରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ବିଶାଖାପାଟଣାରୁ ଉକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ସମୟରେ ଏମାନଙ୍କ ନିକଟରୁ ନାଭାଲ ଅଫିସର ପୋଷାକ ଏବଂ ବ୍ୟାଚ ଜବତ ହୋଇଛି । ଯାହାକୁ ପିନ୍ଧି ସେ ଲୋକଙ୍କୁ ଲୁଟୁଥିଲେ । ପୋଲିସ ଏସବୁକୁ ଜବତ କରିଥିବା ଏସପି ଜୟରାମ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସୂଚନାନୁସାରେ, ୨୦୨୨ ଜୁଲାଇ ୨୨ରେ ଆଶିଷ କୁମାର ପ୍ରଧାନଙ୍କ ସହ ଗୋଟିଏ କଲେଜରେ ଆର.ବିନୋଦ କୁମାର ପାଠ ପଢୁଥିଲେ । ପାଠ ପଢ଼ିବା ସମୟରେ ଆର.ବିନୋଦ କୁମାର କିଛିଦିନ କଲେଜ ଆସିନଥିଲେ । ଏନେଇ ଆଶିଷ ପଚାରିବାରୁ ସେ କହିଥିଲେ ମୁଁ ନାଭାଲରେ ଚାକିରି ପାଇଯାଇଛି । ତମ ମାନଙ୍କୁ ଯଦି ଚାକିରୀ ଦରକାର ତାହାଲେ ମୋ ସହ ଯୋଗଯୋଗ କରିବ । ଏପରିକି ଆଶିଷଙ୍କ ବିଶ୍ବାସ ଜିତିବା ପାଇଁ ତାଙ୍କ ପାଖକୁ ନାଭାଲ ପୋଷାକ ପିନ୍ଧି ଫଟୋ ଉଠାଇ ପଠାଇଥିଲା । ଏହାପରେ ଆର.ବିନୋଦ କୁମାର ଓ ତାଙ୍କ ସହଯୋଗୀ ୩ଜଣ ମିଶି ସମସ୍ତଙ୍କ ଠାରୁ ୫୦ ହଜାର ଟଙ୍କା ପ୍ରଥମେ ଆଦାୟ କରି ମୋଟ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ।

କେତେବେଳ ଫୋନ ପେ ମାଧ୍ୟମରେ ତ ଆଉ କେତେବେଳେ ଆକାଉଣ୍ଟ ପେ ତ ପୁଣି ଆଉ କେତେବେଳେ ନଗଦ ଟଙ୍କା ମାଧ୍ୟମରେ । ଆଶିଷଙ୍କ ଠାରୁ ଏପରି ଭାବେ ୧୨ ଲକ୍ଷ ଟଙ୍କା ଠକେଇ କରିଛନ୍ତି ଏହି ୪ଜଣ ଅଭିଯୁକ୍ତ । ତେବେ ଟଙ୍କା ନେବାର ଦିନପରେ ଦିନ ଗଡୁଥିଲେ ମଧ୍ୟ ଆଶିଷଙ୍କ ସମେତ ଟଙ୍କା ଠକେଇର ଶୀକାର ହୋଇଥିବା ଲୋକଙ୍କୁ ଚାକିରି ମିଳିନଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ଟଙ୍କା ଠକେଇର ଶିକାର ହୋଇଥିବା ବ୍ୟକ୍ତି ଆଶିଷ କୁମାର ।

ଥାନାରେ ଅଭିଯୋଗ ହେବାପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଗତକାଲି(ଶୁକ୍ରବାର) ଉକ୍ତ ଘଟଣାରେ ସାମିଲ ଥିବା ୪ଜଣଙ୍କୁ ଗିରଫ କରିଛି । ଏହାସହ ସମସ୍ତ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ବୋଲି ଏସପି ଜୟରାମ ଶତପଥୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.