ଗଞ୍ଜେଇ ମାଫିଆଙ୍କ ଭୁସ୍ବର୍ଗ ପାଲଟିଛି ଗଜପତି, ବସ୍ତାରେ ବୁହା ହେଉଥିଲା ୩ କ୍ବିଣ୍ଟାଲ

author img

By

Published : Nov 8, 2021, 1:14 PM IST

୩ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତ ଗିରଫ

ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲା । ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଆର.ଉଦୟଗିରି ପୋଲିସ । ଅଧିକ ପଢନ୍ତୁ...

ଗଜପତି: ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲା । ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ । ପୁଣି ୩ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ଆର.ଉଦୟଗିରି ପୋଲିସ । ଗିରଫ ୨ ଅଭିଯୁକ୍ତ ପୋଇପଦର ଗ୍ରାମର ଜୋସେପ ରଇତ ଏବଂ ମହୋନ ମାଝୀ ହୋଇଥିବା ଜଣାପଡିଛି ।

୩ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତ ଗିରଫ

ମିଳିଥିବା ସୂଚନା ଅନୁୟାୟୀ ଆର.ଉଦୟଗିରି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଇପଦର ଗ୍ରାମ ନିକଟରେ ୧୨ଟି ବସ୍ତାରେ ୩ କ୍ବିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆର.ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.