ମମିତାଙ୍କୁ ନ୍ୟାୟ ଦାବି, ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

author img

By

Published : Nov 6, 2021, 10:39 AM IST

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ । ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର କରି ବନ୍ଦ ଡାକରା ଦେଇଛି ବିଜେପି । ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛି ଦଳ । ଅଧିକ ପଢନ୍ତୁ...

ଗଜପତି: ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ । ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ରକରି ବନ୍ଦ ଡାକରା ଦେଇଛି ବିଜେପି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଗଜପତି ଜିଲ୍ଲାରେ ବନ୍ଦ ପାଳନ ହେବ । ସକାଳ ପରଠାରୁ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଦୋକାନ ବଜାରଗୁଡିକ ବନ୍ଦ ରହିଥିବାବେଳେ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଛି । କେବଳ ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ଲୋକମାନେ ମଧ୍ୟ ବନ୍ଦ ପାଳନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ।

ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ବନ୍ଦ ପାଳନ ସମୟରେ ବିଜେପିର ଶତାଧିକ କର୍ମୀମାନେ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ବିଜେପି ଅଭିଯୋଗ କରିଛି, ବର୍ତ୍ତମାନ ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଶେଷକରି ମହିଳା ଏକପ୍ରକାର ଅସୁରକ୍ଷିତ । ବିଗତ ଦିନରେ ଓଡିଶାରେ ଘଟିଥିବା ବିଭିନ୍ନ ଅପରାଧିକ ମାମଲା ପ୍ରତି ନିଜର ଦେଲେ, ପ୍ରତ୍ୟେକ ଘଟଣାରେ ବିଜେଡି ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଛି । ମମିତା ମେହେରଙ୍କୁ ନିର୍ମମ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବହିଷ୍କାର ଦାବି କରାଯାଉଥିଲେ ହେଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ତେଣୁ ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦିଗରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛି ବିଜେପି ।

ତେବେ କେବଳ ଏହି ଘଟଣା ନୁହେଁ, ମାହାଙ୍ଗା ଡବଲ ମର୍ଡର, ନୟଗଡା ନାବାଳିକା ହତ୍ୟା ମାମଲା, ବେବିନା ଏବଂ ଟିକିରି ଆଦି ଘଟଣାରେ ମଧ୍ୟ ବିଜେଡି ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା କହିଛି ବିଜେପି । ଏସବୁ ମାମଲାରେ ମଧ୍ୟ ସଠିକ୍ ବାଟରେ ତଦନ୍ତ କରିନଥିଲେ ସରକାର । ଯେଉଁ କାରଣରୁ ଆଜି ଯାଏଁ ବି ଏହି ସବୁ ଘଟଣାର ପ୍ରକୃତ ଦୋଷୀ ଧରାପଡିନାହାନ୍ତି । ତେଣୁ ରାଜ୍ୟରେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏହାର ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା କହିଛି ଜିଲ୍ଲା ବିଜେପି ।

ବନ୍ଦ ଡାକରା ଯୋଗୁଁ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ୭ ଗୋଟି ବ୍ଲକରେ ଦୋକାନ ବଜାର ବନ୍ଦ ରହିଛି । ବସ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.