ବିରୋଧ ପରେ ସ୍କୁଲ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ

author img

By

Published : Sep 28, 2022, 7:40 PM IST

ସ୍କୁଲ ଉଚ୍ଛେଦକୁ ଗ୍ରାମବାସୀଙ୍କ ବିରୋଧ, ସ୍ଥଗିତ ହେଲା ଉଚ୍ଛେଦ ପ୍ରକ୍ରିୟା

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦ ନେଇ ଉତ୍ତେଜନା । ପ୍ରଶାସନ ପକ୍ଷରୁ ଉଚ୍ଛେଦ ସମୟରେ ସ୍ଥାନୀୟବାସୀଙ୍କ ପ୍ରତିବାଦ । ଫଳରେ ଉଚ୍ଛେଦ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ସ୍କୁଲ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା । ଉଚ୍ଛେଦ ସମୟରେ ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦା ଉତ୍ତେଜନା ଦେଖାଦେଇଥିଲା । ସ୍କୁଲ ଜାଗାଟି ପୂର୍ବରୁ ଅନ୍ୟ ମାଲିକାନାରେ ଥିଲା । ତେବେ ଜମିର ମାଲିକ ବିନା ନୋଟିସ୍‌ରେ ସ୍କୁଲ ଉଚ୍ଛେଦ କରିବା ପାଇଁ ଆସିଥିଲା । ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ବାଧ୍ୟ ହୋଇ ସ୍କୁଲ ଉଚ୍ଛେଦକୁ ସ୍ଥଗିତ କରିଛନ୍ତି ଜମି ମାଲିକ ।

ସ୍କୁଲ ଉଚ୍ଛେଦକୁ ଗ୍ରାମବାସୀଙ୍କ ବିରୋଧ, ସ୍ଥଗିତ ହେଲା ଉଚ୍ଛେଦ ପ୍ରକ୍ରିୟା

ବ୍ୟକ୍ତିଗତ ଜାଗା ଉପରେ ନିର୍ମାଣ କରାଯାଇଥିଲା ସ୍କୁଲ ଘର । ୧୯୮୬ ମସିହାରେ ଏକ ଚୁକ୍ତି ଫାଇନାଲ କରାଯାଇ ସେହି ଜାଗାଟିକୁ ସ୍କୁଲ ନାମରେ କରାଯାଇଥିଲା । ସେହି ଚୁକ୍ତିକୁ ଚଞ୍ଚକତା କରି କୋର୍ଟର ଦ୍ବାରସ୍ଥ ହୋଇ ଜବରଦସ୍ତି ସ୍କୁଲ ଉଚ୍ଛେଦ କରିବାକୁ ଚାହୁଁଛି ଜମି ମାଲିକ । ସ୍କୁଲ ଉଚ୍ଛେଦ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୌଣସି ନୋଟିସ୍‌ ଦିଆଯାଇନାହିଁ । ଏଭଳି ବେଆଇନ ଜମି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ ଗ୍ରାମବାସୀ । ଏହା ସହିତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ହରିଜନ ଆଦିବାସୀଙ୍କ ନିରୀହ ନିଷ୍କପଟ ପିଲା ଏହି ସ୍କୁଲରେ ପଢିବା ସହ ବହୁ ଅଞ୍ଚଳର ପିଲା ଏଠାରେ ଶିକ୍ଷା ଲାଭ କରୁଛନ୍ତି । ଏନେଇ ସେମାନେ ସ୍କୁଲ ଉଚ୍ଛେଦ ପ୍ରକ୍ରିୟାକୁ ପ୍ରତିବାଦ କରିଥିଲେ ।

ସୂଚନା ଅନୁସାରେ, ଢେଙ୍କାନାଳ ସହରର ଖମାର ସାହି ସେବାଶ୍ରମ ସ୍କୁଲର ସଂପ୍ରସାରଣ କରାଯାଇଥିବା ନୂଆ ସ୍କୁଲ ବିଲ୍ଡିଂକୁ ନେଇ ଏପରି ବିବାଦ ଉପୁଜିଛି । ଏହି ସ୍କୁଲର ସଂପ୍ରସାରଣ କରାଯାଇ ତିଆରି ହୋଇଥିବା ନୂଆ ବିଲ୍ଡିଂ ମହାବୀର ବଜାର ଅଞ୍ଚଳର ଜଣଙ୍କର ବ୍ୟକ୍ତିଗତ ଜାଗା ବୋଲି ଜଣାପଡିଛି । ଫଳରେ ଏହି ଜାଗା ମାଲିକ ଜାଗା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହି ବିଲ୍ଡିଂ ଉଚ୍ଛେଦ କରି ତାଙ୍କୁ ଜାଗା ହସ୍ତାନ୍ତର ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇ ପହଞ୍ଚିଥିଲେ ଜମି ମାଲିକ । ପରେ ଜମି ମାପ କରି ଉଚ୍ଛେଦ ପ୍ରିକ୍ରିୟା ଆରମ୍ଭ କରିବା ସମୟରେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ ।

ବିନା ନୋଟିସରେ ଏହା କିପରି ଉଚ୍ଛେଦ କରାଯାଉଛି କହି ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଚି ହୋଇଥିଲା । ଫଳରେ ବାଧ୍ୟ ହୋଇ ଜମି ମାଲିକ ଏବଂ ପୋଲିସ ପକ୍ଷରୁ ସ୍କୁଲ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ କରାଯାଇଥିଲା । ସେପଟେ ଗ୍ରାମବାସୀ କହିଛନ୍ତି ଏହି ସ୍କୁଲ ଜମିକୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଉ । ତେବେ ଏହାର ସମାଧାନ ପାଇଁ ୭ ଦିନ ସମୟ ଦିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.