ଜେରା ପରେ ପୋଲିସକୁ ଚକମା, ଗାଡି ନେଇ ଥାନାରୁ ଫେରାର ଭିନ୍ନକ୍ଷମ ଯୁବକ

author img

By

Published : Sep 15, 2021, 5:49 PM IST

ଥାନା ପରିସରରୁ ଗାଡି ଚୋରି: ଫେରାର ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ

ଥାନା ପରିସରରୁ ଗାଡି ଚୋରି । ଅଭିଯୁକ୍ତ ଜିତେନ୍ଦ୍ରକୁ ଗୋଡାଇ ଗୋଡାଇ ଖୁଣ୍ଟୁଣି ଥାନା ଅଞ୍ଚଳରୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଥାନା ପରିସରରୁ ପୋଲିସ ଗାଡି ନେଇ ପଳାଇବାକୁ ଯୁବକଙ୍କ ଉଦ୍ୟମ । ସୂଚନାନୁସାରେ ଧର୍ମେନ୍ଦ୍ର ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ମଙ୍ଗଳବାର ରାତିରେ ଟାଉନ ଥାନା ପୋଲିସ ଥାନାକୁ ଆଣିଥିଲା । ପରେ ଯୁବକ ଜଣକ ଭିନ୍ନକ୍ଷମ ବୋଲି ଜାଣିବାରୁ ପୋଲିସ ତାକୁ ଘରେ ଛାଡିବାକୁ ଗାଡିରେ ବସାଇଥିଲା । ତେବେ ଗାଡିର ଚାଳକ ଜଣକ ପାଣି ଆଣିବାକୁ ଯାଇଥିବା ବେଳେ ପୋଲିସର ବୋଲେରୋ ଗାଡିକୁ ଦ୍ରୁତ ଗତିରେ ଚଳାଇ କଟକ ଅଭିମୁଖେ ପଳାଇବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ।

ଥାନା ପରିସରରୁ ଗାଡି ଚୋରି: ଫେରାର ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ

ଏହି ଘଟଣାରେ ପୁଲିସ ଗୋଡ଼ାଇ ଗୋଡ଼ାଇ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଞ୍ଚଳରୁ ଗାଡି ସହ ଅଭିଯୁକ୍ତ ଜିତେନ୍ଦ୍ରକୁ କାବୁ କରିବା ସହ ଗିରଫ କରିଛି ଟାଉନ ଥାନା ପୋଲିସ । ତେବେ ଗିରଫ ଯୁବକ ଜଣକ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ହାଟ ବାଇସିଂହା ଗ୍ରାମର ଧର୍ମେନ୍ଦ୍ର ସ୍ବାଇଁ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.