ମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଉତ୍ତେଜନା

author img

By

Published : Sep 21, 2022, 10:53 PM IST

ମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଉତ୍ତେଜନା

ଆସନ୍ତା ୯ ତାରିଖରୁ ୧୯ତାରିଖ ଯାଏ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ହେବାକୁ ଯାଉଛି । ଫଳରେ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାତ୍ର କଲେଜ ବଜାର ପୂଜା କମିଟିର ପୂଜା ମଣ୍ଡପରେ ପଶି କେହି ମୂର୍ତ୍ତି ଗୁଡିକ ଭଙ୍ଗା ରୁଜା କରିଥିବା ଦେଖାଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ମୂର୍ତ୍ତି ଭଙ୍ଗା ରୁଜାକୁ ନେଇ ଉତ୍ତେଜନା । ଢେଙ୍କାନାଲ ସହରର କଲେଜ ବଜାର ଲକ୍ଷ୍ମୀମଣ୍ଡପରେ ପଶି ଦୁର୍ବୁତ୍ତଙ୍କ ମୂର୍ତ୍ତି ଭଙ୍ଗାରୁଜା । ଏନେଇ ଟାଉନ ପୋଲିସର ତଦନ୍ତ ଆରମ୍ଭ ।

ମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଉତ୍ତେଜନା

ଆସନ୍ତା ୯ ତାରିଖରୁ ୧୯ ତାରିଖ ଯାଏଁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ହେବାକୁ ଯାଉଛି । ଫଳରେ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମାତ୍ର କଲେଜ ବଜାର ପୂଜା କମିଟିର ପୂଜା ମଣ୍ଡପରେ ପଶି କେହି ମୂର୍ତ୍ତି ଗୁଡିକ ଭଙ୍ଗା ରୁଜା କରିଥିବା ଦେଖାଯାଇଛି । ଯାହାକୁ ନେଇ କଲେଜ ବଜାର ବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଖବର ପାଇ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଗତ ବର୍ଷ ଠାରୁ ଉକ୍ତ ସାହିର କିଛି ଉଶୃଙ୍ଖଳ ଯୁବକ ଅଲଗା ଜାଗାରେ ଲକ୍ଷ୍ମୀ ପୂଜା କରିବା ପାଇଁ ଉଦ୍ୟମ କରୁଥିବାକୁ ବିରୋଧ କରି ଆସୁଛନ୍ତି ଏହି ପୂଜା ପ୍ରତିଷ୍ଠାନ । ଫଳରେ ସେହି ଯୁବକମାନେ ଏପରି ଭଙ୍ଗାରୁଜା କରିଥିବା ସନ୍ଦେହ କରାଯାଉଛି । ମାତ୍ର ଏହାକୁ ନେଇ ଉକ୍ତ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଫଳରେ ଆଗାମୀ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଇଛି । ତେବେ ଏନେଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଲେଜ ବଜାର ପୂଜା କମିଟି ପକ୍ଷରୁ ଦାବି କରାଯାଇଛି ।

ତେବେ ଏନେଇ କଲେଜ ବଜାର ପୂଜା କମିଟିର ସଭାପତି ସୁରେନ୍ଦ୍ର ମିଶ୍ର କହିଛନ୍ତି, ଆମର ଏହି କଲେଜ ରୋଡରେ 64 ବର୍ଷ ହେଲା ପୂଜା ଚାଲିଛି । ଏବେ ଗତ କିଛି ବର୍ଷ ହେଲା ଉଶୃଙ୍ଖଳ ଯୁବକମାନେ ଅରାଜକତା ସୃଷ୍ଟି କରିଛନ୍ତି । ସାହିକୁ ଭାଗ କରିବାକୁ ଚେଷ୍ଟା କରୁଛନ୍ତି । "

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.