ସମ୍ବଲପୁରରୁ କୋଲକାତା ଗଡିବ ପାସେଞ୍ଜର ଟ୍ରେନ୍‌, ଭିତ୍ତିଭୂମିର ତଦାରଖ କଲେ ଧର୍ମେନ୍ଦ୍ର

author img

By

Published : Sep 25, 2022, 8:40 PM IST

ସମ୍ବଲପୁରରୁ କୋଲକାତା ଗଡିବ ପାସେଞ୍ଜର ଟ୍ରେନ, ଭିତ୍ତିଭୂମିର ତଦାରଖ କଲେ ଧର୍ମେନ୍ଦ୍ର

ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳକୁ ଦିନିକିଆ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କୋଲକାତାକୁ ଦୈନିକ ପାସେଞ୍ଜର ଟ୍ରେନ ଚାଲିବାକୁ ଥିବାରୁ ସେ ବିଭିନ୍ନ ରେଳ ଷ୍ଟେସନ ବୁଲି ଭିତ୍ତିଭୂମିର ତଦାରଖ କରିଛନ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ (Union Minister Dharmendra Pradhan visits Dhenkanal) । ସମ୍ବଲପୁରରୁ କୋଲକାତାକୁ ଦୈନିକ ପାସେଞ୍ଜର ଟ୍ରେନ ଚାଲିବାକୁ ଥିବାରୁ ରେଳପଥରେ ଆସି ସମସ୍ତ ରେଳ ଷ୍ଟେସନର ଉନ୍ନତିମୂଳକ କାର୍ଯ୍ୟର (Developmental work of Sambalpur Kolkata Passenger train) ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର (Union Minister Dharmendra Pradhan) । ପୂର୍ବତଟ ରେଳ ବିଭାଗର ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ଏକ ଦଳ ଉପସ୍ଥିତିରେ ରେଳବିଭାଗର ପୂର୍ବତଟ ରେଳପଥ କିପରି ଆହୁରି ଅଧିକ ସେବା ଯୋଗାଇ ପାରିବ ସେଥିଲାଗି ଭିତ୍ତିଭୂମିର ତଦାରଖ କରିଛନ୍ତି ମନ୍ତ୍ରୀ ।

ଧର୍ମେନ୍ଦ୍ରଙ୍କ ଏହି ଗସ୍ତବେଳେ ତାଙ୍କ ସହିତ ରେଳ ବିଭାଗର ଉଚ୍ଚ ପଦାଧିକାରୀଙ୍କ ଏକ ଦଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସ୍ବତନ୍ତ୍ର ରେଳ ଯାତ୍ରା କରି ସକାଳ ସାଢ଼େ ୯ଟା ସମୟରେ ତାଳଚେର ରୋଡ ରେଳଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ଅନୁଗୋଳ, ଅନୁଗୋଳର ବଳରାମ ରେଳଷ୍ଟେସନ, ତାଳଚେର, ଅନୁଗୋଳ ସୁନାଖଣି ରେଳଷ୍ଟେସନ ଓ ପୁଣି ତାଳଚେର ରେଳଷ୍ଟେସନ ପରେ ବୁଢ଼ାପଙ୍କ ରେଳଷ୍ଟେସନରେ ପହଞ୍ଚି ଷ୍ଟେସନ ଓ ରେଳପଥର ଉନ୍ନତିକରଣ ଦିଗର ସମୀକ୍ଷା କରିଛନ୍ତି ।

ପରେ ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ, ହିନ୍ଦୋଳ ରୋଡ଼, ସଦାଶିବପୁର ଷ୍ଟେସନ ଦେଇ ସନ୍ଧ୍ୟା ୫ଟାରେ ଢେଙ୍କାନାଳ ମୁଖ୍ୟ ରେଳଷ୍ଟେସନରେ ଯାଇ ପହଞ୍ଚିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ୟାମଚରଣପୁର ଓ ଶେଷରେ ଜୋରନ୍ଦା ରୋଡ ରେଳଷ୍ଟେସନକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ସମସ୍ତ ରେଳ ଷ୍ଟେସନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଏହା ସହ ରେଳ ବିଭାଗ କିପରି ଟ୍ରେନ ଯାତ୍ରୀମାନଙ୍କୁ ଆହୁରି ଅଧିକ ସୁବିଧା ସୁଯୋଗ ସେବା ଯୋଗାଇପାରିବ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ତଦାରଖ କରିଛନ୍ତି ।

ଏହା ବି ପଢନ୍ତୁୃ- ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଏହି ଅବସରରେ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବସ୍ତାଵ ଓ ଦିଆରଏମ ରିଙ୍କେଶ ରାୟ ସମେତ ଏକ ଉଚ୍ଚସ୍ତରୀୟ ପଦାଧିକାରୀ ଦଳ କେନ୍ଦ୍ରମନ୍ତ୍ରୀଙ୍କ ସହ ସାମିଲଥିଲେ । କେନ୍ଦ୍ର ମନ୍ତ୍ରୀ ଏହି ରେଳ ପଦାଧିକାରୀଙ୍କ ସହ ଏହି ଷ୍ଟେସନ ଗୁଡି଼କର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ରେଳ ଯାତ୍ରୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ଯାତ୍ରୀଙ୍କ ଠାରୁ ମତାମତ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଷ୍ଟେସନ ମାନଙ୍କରେ ବିଜେପି ନେତା ଓ କର୍ମୀମାନେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ତେବେ ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ ଷ୍ଟେସନ ମାନଙ୍କର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଢେଇ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି । ଏହା ସହ ପୂର୍ବତଟ ଟ୍ରେନ ଯାତ୍ରୀ ଓ ବ୍ୟବସାୟୀମାନଙ୍କୁ ରେଳମନ୍ତ୍ରୀଙ୍କ ପକ୍ଷରୁ ଚଳିତ ଦଶହରା ଅବସରରୁ ଏକ ନୂତନ ଦୈନିକ ପାସେଞ୍ଜର ଟ୍ରେନକୁ ପାର୍ବଣ ଭେଟି ଦେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଟ୍ରେନ ସମ୍ବଲପୁରରୁ କୋଲକାତାକୁ ଦୈନିକ ଚାଲିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.