ଶୌଚ ହେବାକୁ ଯାଇ ନିଖୋଜ ଥିଲେ, 6 ମାସ ପରେ ମିଳିଲା କଙ୍କାଳ

author img

By

Published : Mar 31, 2023, 1:27 PM IST

skeleton rescued from dhenkanal

ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିବା ଯୁବକଙ୍କ ମିଳିଲା ପତ୍ତା । ୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ବେଳେ ଲୁଚାଇବା ପାଇଁ ପୋତିଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

skeleton rescued from dhenkanal

ଢେଙ୍କାନାଳ: ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ବେଳେ ଚାଲିଯାଇଥିଲା ଜୀବନ । ଲୁଚାଇବା ପାଇଁ ଗାତ ଖୋଳି ପୋତିଦେଇଥିଲେ ଶିକାରୀ । ତେବେ ୬ ମାସ ପରେ ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଉକ୍ତ ବ୍ୟକ୍ତି ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁର ସନାତନ ବେହେରା ।

ସୂଚନା ମୁତାବକ, ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହୋଇଥିଲା ସନାତନଙ୍କର ମୃତ୍ୟୁ । ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ପୋତି ଦେଇଥିବା ସ୍ୱୀକାର କଲେ ୨ ଶିକାରୀ । ୬ ମାସ ପୂର୍ବେ ଅର୍ଥାତ ୨୦୨୨ ସେପ୍ଟେମ୍ବର ମାସରେ ଭୋର ସମୟରେ ସନାତନ ଗାଁ ପାଖ ପୋଖରୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ । ତେବେ ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ସନ୍ଧାନ ପାଇନଥିଲା । ତେବେ ଉକ୍ତ ଗ୍ରାମର ହିଁ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ ତାଙ୍କୁ ଗାତ ଖୋଳି ପୋତି ଦେଇଥିଲେ । କିନ୍ତୁ ଏନେଇ କାହାରିକୁ କିଛି କହିନଥିଲେ । କିନ୍ତୁ ଗତ କିଛିଦିନ ପୂର୍ବରୁ ପରିବାର ଲୋକେ ସନ୍ଦେହ କରି ପୋଲିସକୁ ଜଣାଇଥିଲେ । ଏତଲା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା ।

ଏହା ମଧ୍ୟ ପଢନ୍ତୁ: Budget Session: ଗୃହରେ ଉଠିଲା ମେକଇନ ଓଡିଶା କନକ୍ଲେଭ ପ୍ରସଙ୍ଗ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ଅଭିଯୁକ୍ତ ଦ୍ବୟ ସନାତନ ବିଛାଯାଇଥିବା ବିଦ୍ୟୁତ ତାରରେ ଫସି ମରିଯିବା ପରେ ତାକୁ ନାଳ ନିକଟରେ ପୋତି ଦେଇଥିବା ସ୍ବୀକାର କରିଥିଲେ । ତେବେ ଗତକାଲି(ଗୁରୁବାର) ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତକୁ ନେଇ ପୋତାଯାଇଥିବା ଜାଗା ଚିହ୍ନଟ କରାଇଥିଲା । ସାଇଣ୍ଟିଫିକ ଟିମର ସାହାଯ୍ୟରେ ଖୋଳାଯାଇ କଙ୍କାଳ ଗୁଡିକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେଓ, ପରଜଙ୍ଗ ମାଜିଷ୍ଟ୍ରେରଙ୍କ ଉପସ୍ଥିତରେ ସାଇଣ୍ଟିଫିକ ଟିମ୍‌ କଙ୍କାଳ ଜବତ କରିଛି । ଏହି ଘଟଣାରେ ପ୍ରାଥମିକ ସ୍ଥରରେ ୩ ଜଣ ସାମିଲ ଥିବା ଏସଡିପିଓ ସୂଚନା ଦେଇଛନ୍ତି । ସେପଟେ ଦୁଇ ଅଭିଯୁକ୍ତ ସଞ୍ଜୟ ଦେହୁରୀ ଓ ପିଲୁ ସେଠିଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି । ପୋଲିସର ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.