ଶହୀଦ ବାଜି ରାଉତଙ୍କ ୮୩ତମ ଶ୍ରାଦ୍ଧବାର୍ଷିକୀ, ଓଡିଶା ମାଟି ପାଇଁ ଦେଇଥିଲେ ପ୍ରାଣବଳୀ

author img

By

Published : Oct 11, 2021, 1:15 PM IST

ଶହୀଦ ବାଜି ରାଉତଙ୍କ ୮୩ତମ ଶ୍ରାଦ୍ଧ ବାର୍ଷିକୀ, ଓଡିଶା ମାଟି ପାଇଁ ଦେଇଥିଲେ ପ୍ରାଣବଳୀ

ଆଜି ମହାନ ବାଳକ ଶହୀଦ ବାଜି ରାଉତଙ୍କ ୮୩ତମ ଶ୍ରାଦ୍ଧ ବାର୍ଷିକୀ । ଗୋରା ଫୌଜ ଗୁଳିକୁ ଖାତିର କରିନଥିଲେ ବାଜି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ । ଆଜିର ଦିନରେ ଗୋରା ସାହେବଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଦେଶର ସର୍ବ କନିଷ୍ଠ ସ୍ବାଧିନତା ସଂଗ୍ରାମୀ ବାଜି ରାଉତ । ମାତ୍ର ୧୨ ବର୍ଷ ବୟସରେ ସେ ନିଜର ବିରତ୍ବର ପରିଚୟ ଦେଇ ଓଡିଶା ମାଟି ମା ର ସୁରକ୍ଷା ପାଇଁ ସେ ପ୍ରାଣବଳୀ ଦେଇଥିଲେ । ଆଜି ସେହି ମହାନ ବାଳକ ଶହୀଦ ବାଜି ରାଉତଙ୍କ ୮୩ତମ ଶ୍ରାଦ୍ଧ ବାର୍ଷିକୀ । ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ବାଜି ରାଉତ ଢେଙ୍କାନାଳ ନୀଲକଣ୍ଠପୁର ଗାଁର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ପିଲାଟି ବେଳୁ ବାପାଙ୍କୁ ହରାଇ ମାଙ୍କ ଦ୍ବାରା ପ୍ରତିପାଳିତ ହେଉଥିଲେ । ଅତି କମ ବୟସରେ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରକୁ ଅନୁଭବ କରିଥିଲେ ବାଜି ରାଉତ ।

ସେତେବେଳେ ଢେଙ୍କାନାଳରେ ଗଡଜାତ ଶାସନ ବ୍ୟବସ୍ଥା ଥିଲା । ଉଭୟ ଇଂରେଜ ସରକାର ଓ ଗଡଜାତ ସରକାରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିଲେ ଜିଲ୍ଲାବାସୀ । ପରିଶେଷରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଲା । ଜିଲ୍ଲାର ଭୁବନ, ପରଜଙ୍ଗ ଓ ହିନ୍ଦୋଳ ଆଦି ଅଞ୍ଚଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଧିକ ସକ୍ରିୟ ଥିଲା । ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗୋରା ଫଉଜ ନଦୀ ପାର ହେବାକୁ ପହଞ୍ଚିଲେ ବ୍ରାହ୍ମଣୀ ଘାଟରେ । ଏହା ପରେ କର୍କସ ସ୍ବରରେ ନଦୀ ପାର କରିବାକୁ ଆଦେଶ ଦେଇଥିଲେ । ହେଲେ ଫଉଜଙ୍କ ନାଲି ଆଖିକୁ ଡରିନଥିଲେ ଏହି ବାରବର୍ଷର ବାଳକ । ଉତ୍ତରରେ କହିଥିଲେ ପ୍ରଜାମଣ୍ଡଳର ହୁକୁମ ନାହିଁ ମୁଁ ନଦୀପାର କରାଇବି ନାହିଁ । ଏହା ପରେ ବାଜି ରାଉତଙ୍କ ଉପରକୁ ଗୁଳି ଚଳାଇଥିଲେ ଗୋରା ଫଉଜ । ଆଉ ଶେଷରେ ଶହୀଦ ହୋଇଯାଇଥିଲେ ସେ । ଅକ୍ଟୋବର ୧୨ ତାରିଖରେ ଖାନନଗର ମଶାଣିରେ ତାଙ୍କ ଚିତା ଜଳିଥିଲା ଆଉ ସେ ସବୁଦିନ ପାଇଁ ମାଟି ମା ପାଇଁ ଜଳାଞ୍ଜଳୀ ଦେଇ ଶହୀଦ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.