ଢେଙ୍କାନାଳରେ ଚାଞ୍ଚଲ୍ୟ, ପୋଖରୀ କୂଳରୁ ୩ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର

author img

By

Published : Sep 16, 2022, 1:06 PM IST

Updated : Sep 16, 2022, 1:37 PM IST

ପୋଖରୀ କୂଳରୁ ୩ ନବଜାତ ଶିଶୁ ମୃତଦେହ ଉଦ୍ଧାର

ଢେଙ୍କାନାଳରେ ପୋଖରୀ କୂଳରେ ପଡିଛି ୩ ନବଜାତ ଶିଶୁଙ୍କୁ ମୃତଦେହ । ଏଠାରେ କିଏ ଓ କାହିଁକି ପକାଇଛି ତାହାର କାରଣ ଅସ୍ପଷ୍ଟ । ଅଧିକ

ଢେଙ୍କାନାଳ: ପୋଖରୀ କୂଳରୁ ତିନି ନବଜାତଙ୍କ ମୃତଦେହ ଉଦ୍ଧାର (Bodies of newborn babies found near pond) । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀ କୂଳରେ ତିନି ନବଜାତ ଶିଶୁଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଏହି ଘଟଣା ନଜରକୁ ଆସିବା ପରେ ଗ୍ରାମବାସୀ ପୋଖରୀ କୂଳରେ ରୁଣ୍ଡ ହୋଇଛନ୍ତି । ଖବର ପାଇ ସଦର ଥାନା ପୋଲସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ କିଏ ଏବଂ କାହିଁକି ଏପରି ଭାବେ ମୃତ ନବଜାତଙ୍କୁ ପକାଇଛି ତାହା ଏ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାରେ ତନାଘନା ଆରମ୍ଭ କରିଛି ।

ପୋଖରୀ କୂଳରୁ ୩ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର

ଏହାମଧ୍ୟ ପଢନ୍ତୁ: ୨୦୦ ଫୁଟ ଗଭୀର ବୋରୱେଲକୁ ଖସିଲା ବର୍ଷକର ଶିଶୁ, ୭ ଘଣ୍ଟା ପରେ ଉଦ୍ଧାର

ଅନ୍ୟପଟେ ପୋଖରୀରେ ଏକକାଳୀନ ୩ଟି ନବଜାତଙ୍କ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ସମସ୍ତ ନବଜାତକ ପ୍ରିମ୍ୟାଚୁଅର ହୋଇଥିବାରୁ ସେମାନେ ପୁଅ କି ଝିଅ ତାହା ଜଣାପଡୁ ନାହିଁ । ତେଣୁ ଲିଙ୍ଗ ଯାଞ୍ଚ ପାଇଁ ପୋଲିସ ମୃତଦେହ ଗୁଡିକୁ ଫରେନସିକ୍ ଲାବ୍ରୋଟୋରୀକୁ ପଠାଇବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Sep 16, 2022, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.