ଜଳାଶ୍ରୟ ଜମି ଦୁର୍ନୀତି ମାମଲା: ଜମି ଦଲାଲ ଦମ୍ପତିଙ୍କ ସହ ଗିରଫ ହେଲେ ୩ ସରକାରୀ କର୍ମଚାରୀ

author img

By

Published : Sep 11, 2021, 5:41 PM IST

ଜଳାଶ୍ରୟ ଜମି ଦୁର୍ନୀତି ମାମଲା: ଜମି ଦଲାଲ ଦମ୍ପତିଙ୍କ ସହ ଗିରଫ ହେଲେ ୩ ସରକାରୀ କର୍ମଚାରୀ

ଢେଙ୍କାନାଳ ସହର ସାନ ଷାଠିଏ ବାଟିଆ ଜଳାଶ୍ରୟ ଜମି ଦୁର୍ନୀତି ମାମଲାରେ ବନ୍ଧା ହେଲେ ଦଲାଲ ଦମ୍ପତିଙ୍କ ସହ ତିନି ତହସିଲ କର୍ମଚାରୀ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଢେଙ୍କାନାଳ ସହର ସାନ ଷାଠିଏ ବାଟିଆ ଜଳାଶ୍ରୟ ଜମି ଦୁର୍ନୀତି ମାମଲାରେ ବନ୍ଧା ହେଲେ ଦଲାଲ ଦମ୍ପତିଙ୍କ ସହ ତିନି ତହସିଲ କର୍ମଚାରୀ । ଗିରଫ ମାନଙ୍କ ମଧ୍ୟରେ ଢେଙ୍କାନାଳ ତହସିଲ ଅଫିସର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଅମୀନ ସୌମ୍ୟରଞ୍ଜନ ପରିଡା, ରେକର୍ଡ କିପର ଦୁଷ୍ମନ୍ତ ଦେହୁରୀ ଏପରି ୩ ଜଣ ସରକାରୀ କର୍ମଚାରୀ ରହିଥିବାବେଳେ ଜମି ମାଲିକ ବେବିନା ବେହେରା ଓ ତାଙ୍କ ସ୍ୱାମୀ ତଥା ଏହି ଦୁର୍ନୀତିର ଅସଲ ସୂତ୍ରଧର ନରେନ୍ଦ୍ର ବେହେରା ଥିବା ଜଣାପଡିଛି । ଟାଉନ ଥାନା ପୋଲିସ ଗିରଫ ଦର୍ଶାଇବା ପରେ ଏହି ୫ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।

ଜଳାଶ୍ରୟ ଜମି ଦୁର୍ନୀତି ମାମଲା: ଜମି ଦଲାଲ ଦମ୍ପତିଙ୍କ ସହ ଗିରଫ ହେଲେ ୩ ସରକାରୀ କର୍ମଚାରୀ

ଏଠାରେ କହିରଖୁଛୁ ଢେଙ୍କାନଳ ତହସିଲଦାରଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ରୁଜୁ ହୋଇଥିବା ଏହି ମାମଲାରେ ଜମି ମାଲିକ ଓ ଢେଙ୍କାନାଳ ତହସିଲର ୧୦ ଜଣ କର୍ମଚାରୀ, ଏପରି ୧୧ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା । ତେବେ ଟାଉନ ପୋଲିସ ଗତ ଦୁଇଦିନ ନରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ, ଅତିରିକ୍ତ ତହସିଲଦାର, ଅମୀନ, ରେକର୍ଡ କିପର ଓ ଡାଟା ଏଣ୍ଟ୍ରି ଅପରେଟର ଆଦି ୮ ଜଣଙ୍କୁ ଥାନାରେ ଅଟକ ରଖି ଯାଞ୍ଚ କରିଥିଲା । ଯାଞ୍ଚ ମୁତାବକ ସହରର ଭଗବାନପୁର ନିକଟସ୍ଥ ସାନଷାଠିଏବାଟିଆ ମୌଜାର ଏକ ଜଳାଶ୍ରୟର କିଶମକୁ ବେଆଇନ ଭାବେ ପରିବର୍ତ୍ତନ କରି ପ୍ଲଟିଂ କରି ବିକାଯାଉଥିଲା । ସରକାରୀ ରେକର୍ଡ଼କୁ ଟାମ୍ପରିଂ କରି ଏହି ଜମି ଦୁର୍ନୀତିରେ ଅମୀନ, ଅତିରିକ୍ତ ତହସିଲଦାର ଓ ରେକର୍ଡ କିପର ସଲାସୁତୁରାରେ ଜମି ଦଲାଲ ନରେନ୍ଦ୍ର ତାଙ୍କ ପତ୍ନୀଙ୍କ ନାମରେ ଏହି ଜାଲିଆତି କରିଥିବା ଯାଞ୍ଚରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.