ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ: 2 ମୃତ, 30 ଆହତ

author img

By

Published : Jan 23, 2023, 7:10 AM IST

Updated : Jan 23, 2023, 1:35 PM IST

severe road accident in dhenkanal

ଢେଙ୍କାନାଳ 55 ନମ୍ବର ଜାତୀୟ ରାଜପଥ ପଞ୍ଚବଟୀ ନିକଟରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ । ପୋଲ ତଳକୁ ଖସି 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ

ଢେଙ୍କାନାଳ: 55 ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲ ତଳକୁ ଖସିଲା ଟୁରିଷ୍ଟ ବସ୍ । ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି । ଦୁଇ ମୃତକ ମହିଳା ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 22 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ରାଜ୍ୟର ସୌଖୀନ ଜିନିଷ, ହସ୍ତଶିଳ୍ପୀଙ୍କୁ ବଜାର ଯୋଗାଇଛି ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ ଜିଲ୍ଲା 55 ନମ୍ବର ଜାତୀୟ ରାଜପଥ ପଞ୍ଚବଟି ନିକଟରେ ଏହି ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାରୁ ହରିଶଙ୍କର, ନୃସିଂହନାଥ ଦର୍ଶନ ସାରି ଫେରୁଥିବା ବେଳେ ଢେଙ୍କାନାଳ ସଦର ଥାନା ପଞ୍ଚବଟୀ ନିକଟରେ ଭାରସାମ୍ୟ ହରାଇ ନୀଳମାଧବ ବସଟି ପୋଲ ତଳକୁ ଖସି ପଡ଼ିଥିଲା । ବସରେ ପ୍ରାୟ 47 ଜଣ ଯାତ୍ରୀ ଥିଲେ । ସମସ୍ତେ କେନ୍ଦ୍ରାପଡାର ଇଚ୍ଛାପୁର, ଜାଙ୍ଗୁଳିପଡା ଓ ବାରଙ୍ଗ ସାହିର ବୋଲି ଜଣାପଡ଼ିଛି ।

ମୃତକ ଦୁଇଜଣ କେନ୍ଦ୍ରାପଡା ଇଚ୍ଛାପୁରର ରେଣୁବାଲା ଜେନା ଓ ବିଜୟ ଲକ୍ଷ୍ମୀ ସ୍ୱାଇଁ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସଦର ଥାନା ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 22 ଜଣଙ୍କୁ କଟକ ଏସସିବି ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ଉଭୟ ସରକାରର ବିଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ

ଗତ ଶୁକ୍ରବାର ଏହି ଯାତ୍ରୀମାନେ କେନ୍ଦ୍ରାପଡ଼ାରୁ ହରିଶଙ୍କର, ନୃସିଂହନାଥ ଓ ସମ୍ବଲପୁର ସମଲେଶ୍ବରୀ ମନ୍ଦିର ଦର୍ଶନ ସାରି କେନ୍ଦ୍ରାପଡ଼ା ଫେରୁଥିଲେ । ଭୋର ପ୍ରାୟ ୪ଟା ସମୟରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି । ଢେଙ୍କାନାଳ ସଦର ଥାନା ନିକଟସ୍ଥ ପଞ୍ଚୁବଟି ପୋଲରେ ବସଟି ଦୁର୍ଘଟଣା ହୋଇଥିଲା । ଏନଏଚ ରାସ୍ତା ସମ୍ପ୍ରସାରଣ ପାଇଁ ତିଆରି ଚାଲିଥିବା ପୋଲ ପାଖରେ କୌଣସି ସୂଚନା ଫଳକ ବା ଚିହ୍ନ ନଥିବା ଯୋଗୁଁ ଦ୍ରୁତଗାମୀ ବସଟି ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଠିକାସଂସ୍ଥା ଏବଂ ଏନଏଚ କର୍ତ୍ତୃପକ୍ଷଙ୍କୁ ଅବହେଳାକୁ ଦାୟୀ କରି 55 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଫଳରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ କଟକ-ସମ୍ବଲପୁର ମୁଖ୍ୟ ରାସ୍ତାରେ ଚଳାଚଳ ଠପ ହୋଇଯାଇଛି । ଖବର ପାଇ ଜିଲ୍ଲାପାଳ, ସଦର ଥାନା ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେଇଥିଲେ । ଦୀର୍ଘ ଅଢେଇ ଘଣ୍ଟା ପରେ ଲୋକ ରାସ୍ତା ଅବରୋଧରୁ ହଟିଥିଲେ । ଅନ୍ୟପଟେ ସୁରକ୍ଷିତ ଯାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ଯୋଗେ ତାଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Jan 23, 2023, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.