କାନ ମୋଡି ସ୍କୁଲରୁ ବାହାର କରି ଦେଲେ ପ୍ରଧାନ ଶିକ୍ଷୟିତ୍ରୀ, ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ

author img

By

Published : Nov 16, 2022, 11:32 AM IST

କାନ ମୋଡି ସ୍କୁଲରୁ ବାହାର କରି ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଢେଙ୍କାନାଳର ସର୍ବ ପୁରାତନ ଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ । ଜିପିଏଫ ପାଇଁ ଆବେଦନ ନଶୁଣି ସ୍କୁଲରୁ କାନ ମୋଡି ବାହାର କରିଦେଲେ ପ୍ରଧାନ ଶିକ୍ଷୟିତ୍ରୀ, ଏପରି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାନ୍ଦିଲେ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ

ଢେଙ୍କାନାଳ: ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଶିକ୍ଷୟତ୍ରୀ । ଜିପିଏଫ ଆବେଦନ କରିଥିଲେ ମଧ୍ୟ ଶୁଣୁନଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଏନେଇ ପଚାରିବାରୁ ଶିକ୍ଷୟତ୍ରୀଙ୍କ କାନ ମୋଡି ସ୍କୁଲରୁ ବାହାର କରିଦେଲେ ପ୍ରଧାନ ଶିକ୍ଷୟିତ୍ରୀ । ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ଶିକ୍ଷୟିତ୍ରୀ ସୌଦାମିନୀ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳର ସର୍ବ ପୁରାତନ ସ୍କୁଲ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ । ଏପରି ଅଭିଯୋଗକୁ ନେଇ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କ ମହଲରେ ତୀଵ୍ର ଆଲୋଡ଼ନ ସୃଷ୍ଟି କରିଛି ।

କାନ ମୋଡି ସ୍କୁଲରୁ ବାହାର କରି ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଅଭିଯୋଗ କରିଥିବା ଶିକ୍ଷୟତ୍ରୀ ଜଣଙ୍କ ସୌଦାମିନୀ ଦେହୁରୀ ଓ ସେ ଗତ ୩ମାସ ହେଲା ଅନ୍ୟ ସ୍କୁଲରୁ ଏହି ଏସଡି ବାଳିକା ଉଚ୍ଚ ବିଦ୍ୟାଳୟକୁ ସହକାରୀ ଶିକ୍ଷକ ଭାବେ ବଦଳି ହୋଇ ଆସିଛନ୍ତି । ସୌଦାମିନୀ ଗତ ଏକ ମାସ ହେଲା ଛୁଟିରେ ରହିଥିବା ପ୍ରକାଶ କରିଛନ୍ତି । ତାଙ୍କ ଅଭିଯୋଗ ହେଲା ତାଙ୍କ ଝିଅ ପାଇଁ ଜରୁରୀ ଥିବାରୁ ସେ ଜିପିଏଫ ଆବେଦନ କରିଥିଲେ । ମାତ୍ର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ କଥା ଶୁଣୁ ନଥିବା ବେଳେ ବିଭିନ୍ନ ସମୟରେ ତାଙ୍କୁ ଅନ୍ୟ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ନାନା ନିର୍ଯାତନା ଦେଉଥିଲେ । ଫଳରେ ଶିଶୁ ଦିବସ ଅବସରରେ ସେ ସ୍କୁଲକୁ ଯାଇ ପଚାରିବାରୁ ତାଙ୍କ କାନ ମୋଡି ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ, ସେ କିଛି ଶୁଣୁ ନଥିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ସୌଦାମିନୀ ।

ଏହା ମଧ୍ୟ ପଢନ୍ତୁ-ଆନ୍ଧ୍ରର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ, 3 ମୃତ

ଅପରପକ୍ଷରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ମିନତୀ ଦେହୁରୀ ଗତ ୨୦୧୩ ମସିହାରୁ କାର୍ଯ୍ୟ କରୁଥିବା ବେଳେ ସେ ମଧ୍ୟ କଙ୍କଡାହାଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ଏକ କାଳୀନ ଦାୟିତ୍ବ ତୁଲାଉଥିବା ଜଣାପଡିଛି । ତେବେ ଏହି ଶିକ୍ଷୟତ୍ରୀଙ୍କ ଅଭିଯୋଗ କେତେଦୂର ସତ୍ୟ ତାହା ସ୍କୁଲର ସିସିଟିଭି,ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କୁ ପଚାରିଲେ ପ୍ରକୃତ ସତ୍ୟ ପଦାକୁ ଆସିବ । ଏଥିସହ ଏହି ଘଟଣା ଯଦି ସତ୍ୟ ହୋଇଥିବ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରତିକ୍ରିୟାରେ କହିଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଏପଟେ ଶିକ୍ଷୟିତ୍ରୀ ଅଭିଯୋଗକୁ ଖଣ୍ଡନ କରି ସ୍କୁଲକୁ ବଦନାମ କରାଯାଉଥିବାରୁ ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.