ଦମ୍ପତିଙ୍କ ଉପରେ ଚଢିଗଲା ଟ୍ରକ, ସ୍ତ୍ରୀ ମୃତ

author img

By

Published : Sep 25, 2022, 8:31 PM IST

ଦମ୍ପତିଙ୍କ ଉପରେ ଚଢିଗଲା ଟ୍ରକ, ସ୍ତ୍ରୀ ମୃତ

55ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ପତି ପତ୍ନୀ ନିଜର ୨ବର୍ଷର ଶିଶୁ ପୁଅକୁ ନେଇ ବାଇକ ଯୋଗେ ଯାଉଥିବାବେଳେ ବାଇକକୁ ପଛପଟୁ ଏକ ଟ୍ରକ ଚଢିଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ଢେଙ୍କାନାଳର ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପତି ପତ୍ନୀ ନିଜର ୨ବର୍ଷର ଶିଶୁ ପୁଅକୁ ନେଇ ବାଇକ ଯୋଗେଁ ଯାଉଥିବାବେଳେ ପଛପଟୁ ଏକ ଟ୍ରକ ଚଢି ଯାଇଥିଲା । ଘଟଣାସ୍ଥଳରେ ଟ୍ରକ ଚକ ତଳେ ଚାପି ହୋଇ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ସ୍ୱାମୀ ଗୁରୁତର ହୋଇଥିବା ବେଳେ ବାଇକରୁ ଛିଟିକି ପଡିଥିଲା । ସୌଭାଗ୍ୟବଶତଃ ୨ବର୍ଷର ପୁଅ କିନ୍ତୁ ସୁରକ୍ଷିତ ଥିବା ଜଣାପଡିଛି ।

ଦମ୍ପତିଙ୍କ ଉପରେ ଚଢିଗଲା ଟ୍ରକ, ସ୍ତ୍ରୀ ମୃତ

ତେବେ ମୃତାହତ ଦମ୍ପତି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବନବାସୀପୁର ଗ୍ରାମର ସୁବାଷ ଚନ୍ଦ୍ର ମିଶ୍ର ଓ ତାଙ୍କ ପତ୍ନୀ ମନୋରମା ମିଶ୍ର ବୋଲି ଜଣାପଡିଛି । ଗୁରୁତର ସୁଭାଷ ସ୍ଥାନୀୟ ଟାଟା ଷ୍ଟିଲର କର୍ମଚାରୀ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ସୁବାଷ ତାଙ୍କ ପରିବାର ସହ ବନରପାଳରେ ଭଡା ଘରେ ରହୁଥିଲେ । ତାଙ୍କ ପତ୍ନୀ ଓ ପୁଅକୁ ନେଇ ବାଇକ ଯୋଗେଁ ଶ୍ବଶୁର ଘର ଧଳପୁରକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ, ସ୍ବାମୀ ମୃତ

୫୫ ଜାତୀୟ ରାଜପଥର ଢେଙ୍କାନାଲ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ବାଇକ ଉପରେ ପଛପଟୁ ଏକ ଟ୍ରକ ଚଢି ଯାଇଥିଲା । ଘଟଣାସ୍ଥଳରେ ଟ୍ରକ ଚକ ତଳେ ଚାପି ହୋଇ ସ୍ତ୍ରୀର ମୃତ୍ୟୁ ଘଟିଛି । ତେବେ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ଏଚ-୫୫କୁ ଅବରୋଧ କରିବା ଯୋଗୁଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ମୋଟଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିବାବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ନେଇ ଜଣାପଡିଛି । ତେବେ ଉତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରିବା ପରେ ଜାତୀୟ ରାଜପଥରେ ଯାତାୟାତ ସ୍ବଭାବିକ ହୋଇଥିଲା ।

ସୂଚନା ଥାଉକି, ସେହି ପରି କିଛିଦିନ ପୂର୍ବେ ଢେଙ୍କାନାଳରେ ଶଙ୍କରପୁର ମୁଖ୍ୟ ରାସ୍ତାରେ ବାଇକ ଯୋଗେ ଦମ୍ପତି ଘରକୁ ଫେରୁଥିବାବେଳେ ପଛପଟୁ ଆସୁଥବା ଏକ ଟ୍ରକ ଧକ୍କା ଦେଇଥିଲା। । ଘଟଣା ସ୍ଥଳରେ ଦମ୍ପତ୍ତିଙ୍କ ମଧ୍ୟରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା ଓ ପତ୍ନୀ ଗୁରୁତର ଆହତ ହୋଇଥିଲେ । ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.