ପାଣି ଟ୍ୟାଙ୍କର ଧକ୍କାରେ ଚାଲିଗଲା ଜୀବନ; ଟ୍ରକ ଧକ୍କାରେ ଝିଆ ମୃତ, ବାପା ଗୁରୁତର

author img

By

Published : Mar 24, 2023, 8:33 PM IST

ଢେଙ୍କାନଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଢେଙ୍କାନଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୃତ୍ୟୁ । ଅନ୍ୟପଟେ ବାଇକକୁ ପଛପଟୁ ପିଟିଲା ଟ୍ରକ । ଜଣେ ମୃତ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

ଢେଙ୍କାନଳ: ପାଣି ଟ୍ୟାଙ୍କର ଧକ୍କାରେ ଚାଲିଗଲା ଜୀବନ । ରାସ୍ତା ମଝିରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ଗ୍ରାମବାସୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନଳର କାମାକ୍ଷାନଗରରେ । ଢେଙ୍କାନଳ ମୁଖ୍ୟରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବସୀ । ତେବେ ମୃତକ ଜଣକ ଢେଙ୍କାନଳ ଜିଲ୍ଲା ତୁମୁଶିଙ୍ଗା ଥାନା କରବର ସାହିର ରମେଶ ବୋଲି ଜଣାପଢିଛି ।

ସୂଚନା ମୁତାବକ, ଗତକାଲି (ଗୁରୁବାର) ରାତି ୮ଟା ସମୟରେ ରମେଶ କୌଣସି କାମକୁ ନେଇ ପଣ୍ଡୁଆ ଛକକୁ ଆସିଥିଲେ । କାମ ସାରି ସାଇକେଲ ଯୋଗେ ପଣ୍ଡୁଆ ବଜାରରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ପଣ୍ଡୁଆ ବଜାରର ପୂର୍ତ୍ତବିଭାଗର ରାସ୍ତା ନିର୍ମାଣଧିନ ଥିବା ସମୟରେ ରାସ୍ତା କାମରେ ନିୟୋଜିତ ଥିବା ପାଣି ଟ୍ୟାଙ୍କରଟି ରମେଶଙ୍କ ଉପରେ ଚଢି ଯାଇଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପାଣି ଟ୍ୟାଙ୍କରଟି ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା ।

ତେବେ ମୃତଦେହକୁ ବ୍ୟବଚ୍ଛେଦ ପରେ ଆଜି ଦିନ ୧୨ଟା ବେଳକୁ ଗ୍ରାମରେ ପହଞ୍ଚିଥିଲା । ପରେ ଗ୍ରାମବାସୀ କ୍ଷତିପୂରଣ ଦିବିରେ କାମାକ୍ଷା ନଗର ଢେଙ୍କାନାଳ ପୂର୍ତ୍ତବିଭାଗ ରାସ୍ତାର ପଣ୍ଡୁଆ ଛକ ନିକଟରେ ମୃତଦେହକୁ ରଖି ରାସ୍ତାରୋକ କରିଥିଲେ । ସେପଟେ ଘଟଣା ସ୍ଥଳରେ କାମାକ୍ଷାନଗର ଏସ୍ଡ଼ିପିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଠିକାଦାର ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ ୧ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ପରେ ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ଯାତାୟତ ସ୍ବଭାବିକ ହୋଇଥିଲା ।

ସେହିପରି ଭୁବନ ଥାନା ଅନ୍ତର୍ଗତ ଯମୁନାକୋର୍ଟ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକକୁ ପଛପଟୁ ପିଟିଲା ଟ୍ରକ । ଟ୍ରକ ପିଟିବା କାରଣରୁ ବାଇକରେ ବସିଥିବା ଝିଅର ମୃତ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ସୂଚନ ରହିଛି । ତେବେ ବାପ ଝିଅ ଦୁହେଁ ନିଜ ବାଇକ ସାହାଯ୍ୟରେ ନିଜ ଘର ପରଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶ୍ବଶୁର ଘରକୁ ଆସୁଥିବା ସମୟରେ ଘଟିଛି ଦୁର୍ଘଟଣା ।

ଘଟଣାସ୍ଥଳର ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ନିଜ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ହୋଇଥିଲା । ମୃତ ଝିଅ ସ୍ବାତି ସୁଚରିତା ଜେନା ଓ ପିତା ଅଭିରାମ ଜେନା ବୋଲି ଜଣାପଡିଛି । ତେବେ ଅଭିରାମ ଜେନା ଶ୍ବଶୁର ଘର ଭୁବନ ଥାନା ଅନ୍ତର୍ଗତ ଧଳପଡା ଗ୍ରାମକୁ ଯାଉଥିବା ଜଣାପଡିଛି । ପରୀକ୍ଷା ସରିଲା ପରେ ବାପାଙ୍କ ସହିତ ଅଜା ଘରକୁ ଯାଉଥିଲେ । ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଥିବା ବେଳେ ସୁରପ୍ରତାପପୁର ଫାଣ୍ଡି ପୋଲିସ ଟ୍ରକଟିକୁ ଜବତ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.