ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଢେଙ୍କାନାଳରେ ବର୍ଷା

author img

By

Published : Sep 26, 2021, 8:28 PM IST

ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଢେଙ୍କାନାଳରେ ଦିନତମାମ ବର୍ଷା

ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମୁଦ୍ରିକ ଝଡ଼ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାରେ ଦିନ ତମାମ କୋହଳା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ: ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମୁଦ୍ରିକ ଝଡ଼ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାରେ ଦିନ ତମାମ କୋହଳା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ପବନର ବେଗ ସ୍ଥିର ରହିଥିବା ବେଳେ ବର୍ଷା ଜାରି ରହିଛି । ତେବେ ଏହି ସାମୁଦ୍ରିକ ଝଡ ଗୁଲାବର ପ୍ରଭାବ ଢେଙ୍କାନାଳ ଜିଲ୍ଲାରେ ସେତେଟା ପଡିବ ନାହିଁ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଢେଙ୍କାନାଳରେ ବର୍ଷା

ସାମୁଦ୍ରିକ ବାତ୍ୟା ପ୍ରଭାବରେ ସାରା ରାଜ୍ୟରେ ଦୁଇଦିନ ବର୍ଷା ଲାଗିରହିବ । ସେପଟେ କଳିଙ୍ଗପାଟନମରୁ ଗୋପାଳପୁର ମଧ୍ୟରେ ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ବାତ୍ୟା ରାଜ୍ୟରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ବର୍ଷା ପରିମାଣ କେଉଁ ସମୟରେ ମଧ୍ୟ ବଢ଼ିପାରେ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.