ଗଜଳଷ୍ମୀ ପୂଜା ପାଇଁ ପ୍ରସ୍ତୁତି, ଶୁଭ ମାଟି ହେଲା ଅନୁକୂଳ

author img

By

Published : Sep 18, 2021, 3:41 PM IST

ପ୍ରସିଦ୍ଧ ଗଜଳଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ପ୍ରସ୍ତୁତି,  ଶୁଭ ମାଟି ହେଲା ଅନୁକୂଳ

ଲଷ୍ମୀପୂଜା ପାଇଁ ଢେଙ୍କାନାଳ ସହରେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ । ଏପଟେ ଶୁଭମାଟି ଅନୁକୂଳ ହୋଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଐତିହାସିକ ଗଜଲଷ୍ମୀପୂଜା ପାଇଁ ଢେଙ୍କାନାଳ ଜିଲ୍ଲା ବେସ ପ୍ରସିଦ୍ଧ । ଏନେଇ ଏବେ ଚଳଚଞ୍ଚଳ ହୋଇ ଉଠିଲାଣୀ ଢେଙ୍କାନାଳ ସହର । ଗଜଳଷ୍ମୀ ପୂଜା ପାଇଁ ସହରରେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପ୍ରସିଦ୍ଧ ଗଜଳଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ପ୍ରସ୍ତୁତି, ଶୁଭ ମାଟି ହେଲା ଅନୁକୂଳ

ଏନେଇ ଶୁଭମାଟି ଅନୁକୂଳ ହୋଇଯାଇଛି । ପରମ୍ପରା ମୁତାବକ ପବିତ୍ର ସୁନିଆଁ ଅବସରରେ ସମସ୍ତ ପୂଜା ପ୍ରତିଷ୍ଠାନ ଏହି ଶୁଭମାଟି ଅନୁକୂଳ କରିଥିବାବେଳେ କୋଭିଡ କଟକଣା ସତ୍ତ୍ୱେ ଉତ୍ସବର ମହୋଲ ସୃଷ୍ଟି ହୋଇଛି ।

ଲଷ୍ମୀପୂଜା ମହୋତ୍ସବର ପରମ୍ପରା ମୁତାବକ ଏହି ଉତ୍ସବ ୧୨ଦିନ ଧରି ବେଶ ଧୁମ ଧାମରେ ପାଳିବେ ଢେଙ୍କାନାଳବାସୀ । ମାତ୍ର ଚଳିତ ବର୍ଷ ମହାମାରୀ କରୋନାର କଟକଣା ସତ୍ବେ ପୂଜାର ପରମ୍ପରା ପାଳିବାକୁ ପାଇଁ ବେଶ ତତ୍ପର ହୋଇପଡିଛନ୍ତି ପୂଜା ପ୍ରତିଷ୍ଠାନଗୁଡିକ । ଫଳରେ ପୂଜାର ପହିଲି ପର୍ବ ଏହି ଶୁଭମାଟି ଅନୁକୂଳ ଉତ୍ସବରେ ପୁଣ୍ୟତ୍ରୟା ବ୍ରାହ୍ମଣୀ ନଦୀକୂଳରେ ସାମିଲ ହୋଇଥିଲେ ପ୍ରତେକ ପୂଜା ପ୍ରତିଷ୍ଠାନ ।

ବିଭିନ୍ନ ପୂଜା ମଣ୍ଡପ ମାନଙ୍କ ପକ୍ଷରୁ ପରମ୍ପରା ଓ ନୀତିକାନ୍ତିର ସହ ପୂଜା ଅର୍ଚ୍ଚନା କରିଥିଲେ । ଲାଷ୍ମୀପୂଜାର ପରମ୍ପରା ମୁତାବକ ନଦୀ କୂଳରେ ଶୁଭମାଟିକୁ ପୂଜା ଅର୍ଚ୍ଚନା ପରେ ନିଜ ନିଜ ମଣ୍ଡପର କର୍ତ୍ତା ଗର୍ଭଗୃହରେ ମା’ଙ୍କ ମୂର୍ତ୍ତି ନିର୍ମାଣର ପ୍ରତିଷ୍ଠା କରିଥିବା ପ୍ରକାଶ କରିଛନ୍ତି ପୂଜକ । ତେବେ ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ହେବ ଲକ୍ଷ୍ମୀପୂଜା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.