ଜବରଦଖଲ ଜମିରେ କୁକୁଡା ଫାର୍ମ ବିବାଦ ଘଟଣା, ପୋଲିସର ଭୂମିକା ନେଇ ବଢୁଛି ଉତ୍ତେଜନା

author img

By

Published : Oct 12, 2021, 8:22 PM IST

ଜବରଦଖଲ ଜମିରେ କୁକୁଡା ଫାର୍ମ ବିବାଦ ଘଟଣା, ପୋଲିସର ଭୁମିକା ନେଇ ବଢୁଛି ଉତ୍ତେଜନା

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମ ନିକଟରେ ବିବାଦୀୟ ଜମିରେ କୁକୁଡା ଫାର୍ମ ନିର୍ମାଣକୁ ଲାଗି ରହିଛି ବିବାଦ। ଫାର୍ମ ମାଲିକକୁ ସ୍ଥାନୀୟ ଗଁନ୍ଦିଆ ପୋଲିସ ସମର୍ଥନ କରୁଥିବା ଅଭିଯୋଗରେ ଥାନା ଘେରିଲେ ମହିଳା। ଅଧିକ ପଢନ୍ତୁ...

ଢେଙ୍କାନାଳ: ଗଁନ୍ଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମକୁ ନେଇ ଉତ୍ତେଜନା ଲାଗି ରହିଛି । ଗତକାଲି ପୁଲିସ ଗାଡିକୁ ଅଟକ ରଖିବା ପରେ ଆଜି କୋକେଇଦା ଗ୍ରାମର ମହିଳାମାନେ ଗଁନ୍ଦିଆ ଥାନାକୁ ଘେରାଉ କରି ରଖିଛନ୍ତି । ତେବେ ଗଁନ୍ଦିଆ ଥାନା ପୁଲିସ ସହ ଗ୍ରାମବାସୀ ମୁହାଁମୁହିଁ ହୋଇଥିବାବେଳେ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।

ଜବରଦଖଲ ଜମିରେ କୁକୁଡା ଫାର୍ମ ବିବାଦ ଘଟଣା, ପୋଲିସର ଭୁମିକା ନେଇ ବଢୁଛି ଉତ୍ତେଜନା

ସୂଚନା ଅନୁସାରେ, କୁକୁଡ଼ା ଫାର୍ମ ମାଲିକଙ୍କ ପକ୍ଷରୁ ଗ୍ରାମବାସୀଙ୍କ ଦ୍ବାରା ସଂରକ୍ଷିତ କରାଯାଇଥିବା ଜଙ୍ଗଲ ଜମିକୁ ଜବରଦଖଲ କରି କୁକୁଡା ଫାର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଗ୍ରାମବାସୀ ଏହାକୁ ବିରୋଧ କରୁଥିବାବେଳେ ସ୍ଥାନୀୟ ଗଁନ୍ଦିଆ ପୁଲିସ ଉକ୍ତ ଫାର୍ମ ମାଲିକଙ୍କୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଏପରିକି କୁକୁଡ଼ା ଫାର୍ମ ମାଲିକ ଗ୍ରାମବାସୀ ଜଗାରଖା କରୁଥିବା ଜମିକୁ ଜବରଦଖଲ କରିବା ଘଟଣାରେ ଗଁନ୍ଦିଆ ପୁଲିସ ସମର୍ଥନ ଦେଉଥିବା ଅଭିଯୋଗ କରି ପୁଲିସ କର୍ମଚାରୀଙ୍କ ସହ ପୁଲିସ ଭ୍ୟାନକୁ ଗତ ରବିବାର ରାତି ତମାମ ଅଟକାଇ ରଖିଥିଲେ ଗ୍ରାମବାସୀ। ତେବେ ଗ୍ରାମବାସୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପୁଲିସ ଅଧିକାରୀମାନେ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.