ଡାକ ସେବାକୁ ଲୋକାଭିମୁଖୀ କରିବା ଦିଗରେ ଡାକ ସପ୍ତାହ ପାଳନ

author img

By

Published : Oct 16, 2021, 9:09 PM IST

ଡାକ ସେବାକୁ ଆହୁରି ଲୋକାଭିମୁଖୀ ପାଇଁ ଡାକ ସପ୍ତାହ ପାଳନ

ଅତ୍ୟାଧୁନିକ ଡାକ ସେବା ମାଧ୍ୟମରେ ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ଡାକ ସେବାକୁ ଲୋକାଭିମୁଖୀ କରିବାକୁ ଢେଙ୍କାନାଳ ଡାକ ସେବା ପକ୍ଷରୁ ଏକ କଷ୍ଟମର ମିଟ କରାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆଜିର ଇଣ୍ଟରନେଟ, ହ୍ଵାଟ୍ସଆପ ଓ କୋରିଅର ଯୁଗରେ ଡାକସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏପରି ସ୍ଥଳେ ଆତ୍ମୀୟ ମାନଙ୍କର ହାତଲେଖା ଚିଠିଟିଏ ପହଞ୍ଚାଇ ସମ୍ପର୍କ ଯୋଡିବାକୁ ପ୍ରୟାସ ଜାରି ରଖିଛି ଡାକ ବିଭାଗ । ଏହାସହ ଅତ୍ୟାଧୁନିକ ଡାକ ସେବା ମାଧ୍ୟମରେ ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ଡାକ ସେବାକୁ ଲୋକାଭିମୁଖୀ କରିବାକୁ ଢେଙ୍କାନାଳ ଡାକ ସେବା ପକ୍ଷରୁ ଏକ କଷ୍ଟମର ମିଟ କରାଯାଇଛି ।

ଡାକ ସେବାକୁ ଆହୁରି ଲୋକାଭିମୁଖୀ ପାଇଁ ଡାକ ସପ୍ତାହ ପାଳନ

ଢେଙ୍କାନାଳ ମଣ୍ଡଳର ମୁଖ୍ୟ ଡାକଘର ସଭାଗୃହରେ ଆୟୋଜିତ ଏହି କଷ୍ଟମର ମିଟରେ ଅନୁଗୋଳ ପୂର୍ବ ଓ ପଶ୍ଚିମ, ତାଳଚେର, କାମାକ୍ଷାନଗର ଓ ଢେଙ୍କାନାଳ ଡିଭିଜନର ପଦାଧିକାରୀ ଓ ଗ୍ରାହକ ମାନେ ଏଥିରେ ସାମିଲ ଥିଲେ । ଡାକ ସେବାରେ ଉପଲବ୍ଧି ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି ବୀମା ପର୍ଯ୍ୟନ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଜନସାଧାରଣଙ୍କୁ ସୂଚନା ଓ ସଚେତନ କରାଇବା ଏହି କଷ୍ଟମର ମିଟର ଲକ୍ଷ ବୋଲି ଢେଙ୍କାନାଳ ଡାକ ମଣ୍ଡଳର ଲୋକସମ୍ପର୍କ ନିରୀକ୍ଷକ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.