ଲାନକୋ କାରଖାନା ବାତିଲ ପରେ ଯନ୍ତ୍ରାଂଶ ବିକ୍ରିକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

author img

By

Published : Sep 18, 2021, 9:32 AM IST

ଲାନକୋ କାରଖାନା ବାତିଲ ପରେ ଯନ୍ତ୍ରାଂଶ ବିକ୍ରିକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲାର ନିର୍ମାଣାଧୀନ ଲାନକୋ କାରଖାନାର ଯନ୍ତ୍ରାଂଶ ବିକ୍ରି କରିଦିଆଯାଇଥିବା ସୂଚନା ପାଇ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ..

ଢେଙ୍କାନାଳ: ଶିଳ୍ପ କାରଖାନା ଆଳରେ ଜମି ନେଲେ, ଆଉ ଅନେକ ସ୍ୱପ୍ନ ଦେଖାଇଥିଲେ କିନ୍ତୁ, କାରଖାନା କଲେ ନାହିଁ । ଫଳରେ ଅଞ୍ଚଳବାସୀଙ୍କ ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଏପରିକି ଢେଙ୍କାନାଳ ଜିଲ୍ଲାର ଏହି ନିର୍ମାଣାଧୀନ ଲାନକୋ କାରଖାନାର ଯନ୍ତ୍ରାଂଶ ବିକ୍ରି କରିଦିଆଯାଇଥିବା ସୂଚନା ପାଇ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ ଆରମ୍ଭ ହୋଇଛି ।

ଲାନକୋ କାରଖାନା ବାତିଲ ପରେ ଯନ୍ତ୍ରାଂଶ ବିକ୍ରିକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ଖଡଗ ପ୍ରସାଦ ଅଞ୍ଚଳରେ ହେବାକୁ ଥିବା ଲାନକୋ ବାବନ୍ଧ ପାୱାର ଲିମିଟେଡ଼ ବା ଲାନକୋ କାରଖାନା କଥା । ଗତ ୨୦୦୬ ମସିହାରେ ଓଡିଶା ସରକାରଙ୍କ ସହ ଏହି କାରଖାନା କର୍ତ୍ତୃପକ୍ଷ ୧୩୨୦ ମେଗାୱାଟର ତାପଜ ବିଦ୍ୟୁତ କାରଖାନା କରିବା ପାଇଁ ଚୁକ୍ତି କରିଥିଲେ । ଏହି କାରଖାନା ଗତ ୨୦୦୯ ସୁଦ୍ଧା ହେବ କଥା । ଏପରିକି ନିଯୁକ୍ତି ଦେବୁ, ଶିକ୍ଷା, ସ୍ୱାସ୍ଥ୍ୟ ବିଜୁଳି ଓ ରାସ୍ତାଘାଟ ସବୁ କରିଦେବୁ ପ୍ରତିଶୃତି ଦେଇ କାରଖାନା ପାଇଁ ସ୍ଥାନୀୟ ଲୋକମାନଙ୍କର ଶହଶହ ଏକର ଜମି ହାତେଇ ନେଲେ । ଲୋକଙ୍କ ଚାଷବାସ ବୁଡି ବେଉଷା ବୁଡ଼ିଲା । ଦିନ ପରେ ଦିନ ଆଉ ବର୍ଷ ପରେ ବର୍ଷ ଗଡି ଚାଲିଲା । ମାତ୍ର କାରଖାନା ଚାଲୁ ହେବ କ’ଣ ଏବେ କାରଖାନା ବନ୍ଦ କରି କତ୍ତୃପକ୍ଷ ଛୁ । ଫଳରେ ସ୍ଥାନୀୟ ଜମି ହରାଇଥିବା ପ୍ରଜାମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି, ତେଣୁ ସେମାନେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

ଏହି କାରଖାନା ପାଇଁ ଓଡ଼ପଡା ବ୍ଲକର ଖଡ଼ଗପ୍ରସାଦ ଓ କୁସୁପଙ୍ଗା ପଞ୍ଚାୟତ ଓ ଆଖପାଖର ୧୦ ହଜାରରୁ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମାତ୍ର କାରଖାନାକୁ ବନ୍ଦ କରି ଏବେ କାରଖାନାର ଯନ୍ତ୍ରାଂଶ ସବୁକୁ ଏହାର କତ୍ତୃପକ୍ଷ ନିଲାମ କରିଦେଇଛନ୍ତି । ଫଳରେ କାରଖାନା ଯନ୍ତ୍ରାଂଶ ବିକ୍ରିକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ । ଯନ୍ତ୍ରାଂଶ ନେବାକୁ ଉଦ୍ୟମ ବେଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ବିରୋଧ କରି ବିକ୍ଷୋଭ ପ୍ରଦାନ କରିଛନ୍ତି ।

ଏବେ କାରଖାନାରୁ ସବୁ ଯନ୍ତ୍ରାଂଶକୁ ନେବା ପାଇଁ ଉଦ୍ୟମ ବେଳେ ସ୍ଥାନୀୟ ଖଡ଼ଗ ପ୍ରସାଦ ଓ କୁସୁପଙ୍ଗା ପଞ୍ଚାୟତର ଜମିହରା ଲୋକମାନେ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିଶୃତି ପାଳନ କରନ୍ତୁ, ନଚେତ ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ମାତ୍ର ଓଡ଼ପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯାଞ୍ଚ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଓଡ଼ପଡା ବିଡ଼ିଓ ।


କାରଖାନା ଉଠିଯିବା ପରେ ଏହି ଅଞ୍ଚଳର ଶହଶହ ବେକାରୀ, ଜମି ହରାଇଥିବା ଚାଷୀ ଓ କରଖାନାରେ କୋଟି କୋଟି ଟଙ୍କାର କାମ କରି ପଇସା ପାଇନଥିବା ଠିକାଦାରଙ୍କ ଅବସ୍ଥା ଜଟିଳ ହୋଇପଡିଛି । ଫଳରେ କାରଖାନା ବିରୁଦ୍ଧରେ ଏକ ଭୟଙ୍କର ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଛନ୍ତି ଅଞ୍ଚଳବାସୀ ।



ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.