ଢେଙ୍କାନାଳ ସମିତି ସଭ୍ୟ ହତ୍ୟା ଘଟଣା: ଦୁଇଟି ଦେଶୀ ବନ୍ଧୁକ ସହ ୪ ଗିରଫ

author img

By

Published : Sep 26, 2021, 8:27 PM IST

panchayat samiti member firing and murder case 4 accuse arrested in dhenkanal

ଢେଙ୍କାନାଳ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା ଘଟଣା । ପଥର ଖଣି ବ୍ୟବସାୟ ଘନିଷ୍ଠ ସହଯୋଗୀ ତାଙ୍କୁ ହତ୍ୟା କରିଛନ୍ତି । ହତ୍ୟା ଘଟଣାରେ ଦୁଇଟି ଦେଶୀ ବନ୍ଧୁକ, କାର ସହ ୪ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଢେଙ୍କାନାଳ : ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା ଘଟଣା । ପଥର ଖଣି ବ୍ୟବସାୟ ଘନିଷ୍ଠ ସହଯୋଗୀ ହତ୍ୟା କରିଛନ୍ତି ବୋଲି ଢେଙ୍କାନାଳ ଏସପି ପ୍ରେସ ମିଟରେ ସୂଚନା ଦେଇଛନ୍ତି । ହତ୍ୟା ଘଟଣାରେ ଦୁଇଟି ଦେଶୀ ବନ୍ଧୁକ, କାର ସହ ୪ ଜଣଙ୍କୁ ଗିରଫ କଲା ତୁମୁସିଂହା ପୋଲିସ ।

ଢେଙ୍କାନାଳ ସମିତି ସଭ୍ୟ ହତ୍ୟା ଘଟଣା

ଢେଙ୍କାନାଳ ଜିଲ୍ଲା ବାରୁଆଁ(କ) ପଞ୍ଚାୟତର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାରେ ୪ ଜଣଙ୍କୁ ହତ୍ୟାକାରୀଙ୍କୁ ଭାବେ ପୋଲିସ ଗିରଫ କରିଛି । ଗିରଫ ମାନେ ହେଲେ ମୃତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ଘନିଷ୍ଠ ସହଯୋଗୀ ତୁମୁସିଂହା ଥାନା ଜକା ଗ୍ରାମର ନିର ସାହୁ ଓ କନ୍ତିଓକାଟେଣି ଗ୍ରାମର ପ୍ରକାଶ ସାହୁ, କଟକ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଦମ୍ପତିପୁର ଗ୍ରାମର ଡିସୁ ଚାତର ଓ ଗାର୍ଗୀ ବରଦାର । ପୋଲିସ ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଦୁଇଟି ଦେଶୀ ବନ୍ଧୁକ ଓ ଗୋଟିଏ କାର ଜବତ କରିଛି ।

ପଥର ଖଣି ବ୍ୟବସାୟିକ କାରଣରୁ ମୃତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କର ଘନିଷ୍ଠ ସହଯୋଗୀ ନିର ସାହୁ ଅନ୍ୟ ତିନି ଜଣ ମିଶି ହତ୍ୟାକାଣ୍ଡର ଯୋଜନା କରିଥିଲେ । ତେବେ ଶୁକ୍ରବାର ରାତିରେ ସମତି ସଭ୍ୟ ଦୀପକ ମାହୁନ୍ତ ଭୁବନେଶ୍ବରରୁ ଫେରି ତାଙ୍କ ସହ କଥାବାର୍ତା କରି ଘରକୁ ଫେରିବାବେଳେ ଜାମୁଝରା ଛକରେ ଦୀପକଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏପରିକି ହତ୍ୟାକାଣ୍ଡକୁ ଭିନ୍ନ ମୋଡ଼ ଦେବାପାଇଁ ତା ପରଦିନ ଅର୍ଥାତ ଶନିବାର ଦୀପକଙ୍କ ମୃତଦେହ ପାଖରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଥଲେ । ମାତ୍ର ପୋଲିସ ଜାଣି ପାରି ଶନିବାର ଦିନ ଏମାନଙ୍କୁ କାବୁ କରିଥିଲା ।

ମୃତ ଦୀପକଙ୍କ ପୁଅର ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଥିଲା ବୋଲି ଢେଙ୍କାନାଳ ଏସପି ପ୍ରେସମିଟରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି । ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ସହ ଫାଶୀ ଦେବା ପାଇଁ ମୃତ ସମିତିସଭ୍ୟଙ୍କ ପତ୍ନୀ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.