ସ୍ବାର୍ଥ ସରିଗଲା ପରେ ଭୁଲିଗଲା ମାଲିକ ! ଗାଁ ଗାଁ ବୁଲି ସ୍ନେହ ଖୋଜୁଛି ଓଟ

author img

By

Published : Mar 17, 2023, 1:17 PM IST

ରୁଗଣ ଅବସ୍ଥାରେ ଓଟକୁ ଛାଡି ଚାଲିଗଲା ମାଲିକ

ରୁଗ୍ଣ ଅବସ୍ଥାରେ ଛାଡି ଚାଲିଗଲା ମାଲିକ । ରୋଜଗାର ଦେଇ ସାହାରା ଦେଇଥିବା ବୃଦ୍ଧ ଓଟ ଏବେ ନିଜେ ବେସାହାରା । ଢେଙ୍କାନାଳ ବଉଳପୁର ଅଞ୍ଚଳରେ ବୁଲୁଥିବା ରୁଗ୍ଣ ଓ ବୃଦ୍ଧ ଓଟକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

owner left his sick and helpless camel

ଢେଙ୍କାନାଳ: ହଜି ଯାଇଛି ମାନବିକତା । ଆଉ ବୃଦ୍ଧ ଓ ରୋଗିଣା ଅବସ୍ଥାରେ ଛାଡି ଚାଲିଯାଇଛି ମାଲିକ । ଫଳରେ ଢେଙ୍କାନାଳ ଜିଲ୍ଲା ବଉଳପୁର ଅଞ୍ଚଳରେ ଓଟକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଅଞ୍ଚଳବାସୀ । ଦିନେ ଏଇ ଓଟ ମାଲିକ ପାଇଁ ଥିଲା ରୋଜଗାରର ପନ୍ଥା । ଭଲ ଦି ପଇସା ରୋଜଗାର ବି ହେଉଥିଲା । ବୟସ ବଢିବା ସହ ରୁଗ୍ଣ ହୋଇଯିବା ପରେ ମାଲିକ ପାଇଁ ହୋଇଯାଇଛି ଅଲୋଡା । ଯାହାକୁ ଦିନେ ପାଳିପୋଷି ପାଖରେ ରଖୁଥିଲା ସେ ଏବେ ମାଲିକ ପାଇଁ ପାଲଟିଛି ବୋଝ ।

ମାଲିକ ପର କରିଦେବା ପରେ ଏବେ ଢେଙ୍କାନାଳର ବଉଳପୁର ଅଞ୍ଚଳରେ ବୁଲୁଛି ଏହି ଓଟ । ଯିଏ ଯାହା ଦୟାକରି ଦେଉଛି ସେୟା ଖାଉଛି । କଥା ନକହି ପାରୁଥିଲେ ବି ତାର ଅକୁହା କଥାକୁ ବୁଝିପାରିଛନ୍ତି ଗାଁଲୋକେ । ତେବେ ଓଟ ଟି କାହାର କିଏ ଛାଡିଯାଇଛି ତାହା ତ ଜଣ ପଡ଼ିନାହିଁ ମାତ୍ର ଓଟଟି ବୃଦ୍ଧ ଓ ରୁଗ୍ଣ ଯୋଗୁଁ ତାର ମାଲିକ ଛାଡି ପଳାଇଥିବା ଅଞ୍ଚଳବାସୀ କହିଛନ୍ତି ।

ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକର ବଉଳପୁର ଅଞ୍ଚଳରେ ଏହି ଓଟକୁ ନେଇ ଅଞ୍ଚଳବାସୀ ବେଶ ଚିନ୍ତାରେ ପଡିଛନ୍ତି ।ଏହି ଓଟଟି ସଦାଶିବପୁର ପଞ୍ଚାୟତର ବଡ଼ ବଉଳପୁର, ସାନ ବଉଳପୁର ଓ ପାଟଣା ଆଦି ଗ୍ରାମରେ ଆଜିକୁ ୧୫ଦିନ ହେବ ବୁଲୁଥିବା ଦେଖିବାକୁ ମିଳୁଛି । ଗ୍ରାମବାସୀ ପନିପରିବା ଓ କିଛି ଖାଇବାକୁ ଦେଇ ବଞ୍ଚାଇ ରଖିଛନ୍ତି । ଓଟଟି ଏହି ଗ୍ରାମ ଗୁଡିକରେ ବୁଲିବା ସହ ପାଖ ବ୍ରାହ୍ମଣୀ ନଦୀକୁ ଯାଇ ପାଣି ପିଇ ପୁଣି ଗାଁକୁ ଆସୁଥିବା ଦେଖାଯାଉଛି । ଏହି ଅଞ୍ଚଳ ଛାଡି ଓଟଟି ଆଉ କେଉଁ ଆଡେ ଯାଉ ନଥିବା ସତେ ଯେମିତି ଏହି ଅଞ୍ଚଳବାସୀଙ୍କ ସ୍ନେହ ଓ ପ୍ରେମ ପାଇଁ ଏହି ଓଟକୁ ବାନ୍ଧି ରଖିଛି । ସେହିପରି ଓଟଟିର ମୁହଁ ନାକ କ୍ଷତ ଯୋଗୁଁ ସଂକ୍ରମିତ ହୋଇ ଥିବା ଦେଖାଯାଇଛି । ବୃଦ୍ଧ ବୟସ ଓ ଏପଟେ ରୁଗ୍ଣ ଏହି ଓଟଟି ଜୀବନ ବଞ୍ଚାଇବା ଏକ ପ୍ରକାର ସଂଗ୍ରାମ କରୁଛି । ଯାହାକୁ ନେଇ ଏହି ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି ।

ସେପଟେ ଗତ ୧୫ଦିନ ହେଲା ଓଟଟି ଏହି ଅଞ୍ଚଳରେ ଗାଁ ଗାଁରେ ବୁଲୁଥିବାରୁ କୁନି କୁନି ପିଲାମାନେ ବେଶ କୌତୁହଳ ହୋଇ ପଛେ ପଛେ ଦୌଡୁଛନ୍ତି । ମାତ୍ର ଓଟଟି ଶାନ୍ତ ଓ କୌଣସି କ୍ଷୟ କ୍ଷତି କରୁନଥିଲେ ମଧ୍ୟ ତାର ଘର ଘର ବିଚରଣ ନେଇ ଆଶଙ୍କା ସୃଷ୍ଟି କରୁଛି । ଏତେ ବଡ଼ ଜୀବକୁ ଦେଖି ଗ୍ରାମର ଗାଈ ଗୋରୁ ତର୍କି ଉଠୁଥିବାରୁ ଅଞ୍ଚଳରେ ସ୍କୁଲ ପିଲା ଓ ବୃଦ୍ଧ ଲୋକ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଫଳରେ ଏହାର ନିୟମିତ ଚିକିତ୍ସା ସାଙ୍ଗକୁ ଏଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ସରପଞ୍ଚ ଅନୁରୋଧ କରୁଛନ୍ତି । ତେବେ ଗୋଟିଏ ପଟେ ନିଜ ରୋଜଗାରର ପାଇଁ ଜୀବ ଜନ୍ତୁଙ୍କୁ ବ୍ୟବହାର କରୁଥିବା ନିର୍ଦ୍ଦୟ ମାଲିକ ଅମାନବିକତା । ଏପଟେ ଅଚିହ୍ନା ଅଜଣା ଜାଗାରେ ସ୍ନେହ ପ୍ରେମରେ ବାନ୍ଧି ହୋଇଥିବା ଏହି ଓଟ ଆଜିର ମଣିଷ ସମାଜ ପାଇଁ ଏକ ଉଦାହରଣ ସାଜିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.