ଢେଙ୍କାନାଳରେ ଜାତୀୟ ଲୋକ ଅଦାଲତ, ସମାଧାନ ହେଲା ୩୩୧ ମାମଲା

author img

By

Published : Sep 19, 2021, 7:13 PM IST

ଢେଙ୍କାନାଳରେ ଜାତୀୟ ଲୋକ ଅଦାଲତ, ସମାଧାନ ହେଲା ୩୩୧ ମାମଲା

ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଆୟୋଜିତ ହେଲା ଜାତୀୟ ଲୋକ ଅଦାଲତ । ୩୩୧ ମାମଲାର ହେଲା ଆପୋଷ ସମାଧାନ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ଅଦାଲତରେ ପଡି ରହିଥିବା ବିଭିନ୍ନ ମାମଲାର ଶୁଣାଣି ଓ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ତତ୍ବାବାଧାନରେ ଜିଲ୍ଲା ସିଭିଲ କୋର୍ଟ ପରିସରରେ ଆୟୋଜିତ ଏହି ଅଦାଲତରେ ମୋଟ ୩୩୧ ଟି ମାମଲାର ଆପୋଷ ବୁଝାମଣା ହୋଇଛି ।

ଢେଙ୍କାନାଳରେ ଜାତୀୟ ଲୋକ ଅଦାଲତ, ସମାଧାନ ହେଲା ୩୩୧ ମାମଲାଢେଙ୍କାନାଳରେ ଜାତୀୟ ଲୋକ ଅଦାଲତ, ସମାଧାନ ହେଲା ୩୩୧ ମାମଲା

ତେବେ ମୋଟର ଯାନବାହନ ଦୁର୍ଘଟଣା ସମ୍ପର୍କିତ ବିଭିନ୍ନ ମାମଲାର ସମାଧାନ କରାଯାଇ ମୋଟ ୯୩ ଲକ୍ଷ ୧୦ହଜାର ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଛି । ସେହିପରି ଅନ୍ୟ କେତେକ ମାମଲାରେ ସମାଧନ କରି ଜୋରିମାନା ବାବଦକୁ ୧୨ ଲକ୍ଷ ୧୯ ହଜାର ଟଙ୍କା ଆଦାୟ ହୋଇଛି । ଏହି ଅଦାଲତକୁ ଜିଲ୍ଲାର ବିଭିନ୍ନ ଅଦାଲତର ବିଚାରପତି ଓ ଆଇନଜୀବୀମାନେ ସହଯୋଗ କରିଥିଲେ । ଆଇନ ସେବା ପ୍ରାଧୀକରଣର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.