ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

author img

By

Published : Oct 12, 2021, 10:45 PM IST

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ପାଞ୍ଚ ଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ପରିବାର ଲୋକେ ।ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ଅଧିକ ପଢନ୍ତୁ...

ଢେଙ୍କାନାଳ: ୫ଦିନ ଧରି ନିଖୋଜ ଯୁବକଙ୍କ ପତ୍ତା ପାଉ ନଥିଲେ ପରିବାର । ଏନେଇ ବହୁ ଖୋଜାଖୋଜି ପରେ ମିଳିଛି ନିଖୋଜଙ୍କ ମୃତଦେହ । ଏଭଳି ଘଟଣା ଦେଖିବାକୁ ଢେଙ୍କାନାଳ ଜିଲ୍ଲା ତୁମୁସଙ୍ଗା ଥାନା ଅଧିନ କନ୍ତିଓପୁଟସାହି ଗାଁରେ । ସୂଚନାନୁସାରେ ସେହି ଗାଁର କଳ୍ପତରୁ ବେହେରାଙ୍କ ପୁଅ ହରିଆ ବେହେରା ଗତ ୭ ତାରିଖ ଠାରୁ ନିଖୋଜ ଥିଲେ । ଏ ସମ୍ପର୍କରେ ପରିବାର ଲୋକେ ୮ ତାରିଖରେ ନିଖୋଜ ହେବାର ତୁମୁସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଏନେଇ ଆଜି (ମଙ୍ଗଳବାର) ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିବାବେଳେ ଗଛରେ ଝୁଲୁଥିବା ଦେଖିବାକୁ ପାଇଛନ୍ତି । ତେବେ ମୃତ ଯୁବକ ଜଣକ ହରିଆ ବେହେରା ବେଲି ସୂଚନା ମିଳିଛି । ଆଉ ଏହି ଘଟଣାରେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିବା ବେଳେ ସମ୍ପର୍କୀୟଙ୍କ ଅଭିଯୋଗ ଏହାକୁ ଅଧିକ ଦୃଢୀଭୂତ କରୁଛି ।

ସେପଟେ ଗାଁର ଜଣେ ଯୁବକଙ୍କ ସହ ମୃତ ଯୁବକ କାମ କରୁଥିବା ବେଳେ ନିଖୋଜ ଦିନ ମଧ୍ୟ ତାଙ୍କ ସହ ବାଇକ ଯୋଗେ ଯାଇ ଆଉ ଫେରିନଥିଲେ । ତେଣୁ ପରିବାର ଲୋକେ ସିଧାସଳଖ ଉକ୍ତ ଯୁବକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏନେଇ ସୂଚନା ପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ଥାନା ପୋଲିସ ଓ କାମାକ୍ଷାନଗର ଏସଡିପିଓ ପହଞ୍ଚି ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.