ମାଟ୍ରିକ ପ୍ରଶ୍ନପତ୍ରରେ ତୃଟି, ଆସନ୍ତୋଷ ଛାତ୍ରଛାତ୍ରୀ

author img

By

Published : Mar 18, 2023, 10:34 PM IST

ମେଟ୍ରିକ ପରୀକ୍ଷା ସମୟରେ ବିଭ୍ରାଟ, ପ୍ରଶ୍ନ ପତ୍ରରେ ତ଼ୃଟି

ମେଟ୍ରିକ ପରୀକ୍ଷା ସମୟରେ ବିଭ୍ରାଟ । ପ୍ରଶ୍ନପତ୍ରରେ ତୃଟି କାରଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସନ୍ତୋଷ । ଢେଙ୍କାନାଳର ବହୁ ପୁରାତନ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଦେଖାଦେଇଛି ଏପରି ବିଭ୍ରାଟ । ଅଧିକ ପଢ଼ନ୍ତୁ

ମେଟ୍ରିକ ପରୀକ୍ଷା ସମୟରେ ବିଭ୍ରାଟ, ପ୍ରଶ୍ନ ପତ୍ରରେ ତ଼ୃଟି

ଢେଙ୍କାନାଳ: ମେଟ୍ରିକ ପରୀକ୍ଷା ସମୟରେ ବିଭ୍ରାଟ । ପ୍ରଶ୍ନପତ୍ରରେ ତୃଟିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଆସନ୍ତୋଷ । ତେବେ ଚଳିତ ବର୍ଷ ମାଟ୍ରିକ ସେମୋଟିଭ-୨ ପରୀକ୍ଷାରେ ପ୍ରସ୍ତୁତି ଓ ପରିଚାଳନାରେ କୌଣସି ତ୍ରୁଟି ନହେବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଜୋର ସୋର ଉଦ୍ୟମ ଚଳାଇଥିଲେ । ଏଥିପାଇଁ ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ବାରମ୍ବାର ତାଗିଦ କରାଯାଉଥିଲା । ସେମୋଟିଭ ପରୀକ୍ଷାର ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ଥିଲା । ମାତ୍ର ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ରରେ ତ୍ରୁଟିକୁ ନେଇ ପରୀକ୍ଷାରେ ବିଭ୍ରାଟ ସୃଷ୍ଟି ହୋଇଛି ।

ତେବେ ଢେଙ୍କାନାଳର ବହୁ ପୁରାତନ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଏପରି ବିଭ୍ରାଟ ଦେଖାଦେଇଛି । ଏହି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବା ପରେ 'ବି' ସେଟ ପ୍ରଶ୍ନ ପତ୍ରରେ 'ଏ' ସେଟର ଦୁଇ ପୃଷ୍ଠା ପ୍ରଶ୍ନ ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ପରୀକ୍ଷା ଦେବାରେ ପରୀକ୍ଷାର୍ଥୀମାନେ ଅଡ଼ୁଆରେ ପଡିଯାଇଥିଲେ। ଏହି ପରୀକ୍ଷା କେନ୍ଦ୍ରରେ ମୋଟ ୨୫୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୭୦ଜଣ ପରୀକ୍ଷାର୍ଥୀଙ୍କର 'ବି' ସେଟର ପ୍ରଶ୍ନ ପତ୍ରରେ ପରୀକ୍ଷା ଦେଇଥିବା ଜଣାପଡିଛି ।

ତେବେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ପ୍ରଶ୍ନ ପତ୍ରରେ ଏପରି ତ୍ରୁଟି ଦେଖାଯାଇଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ଏପରି ତ୍ରୁଟି ପରିଲକ୍ଷିତ ପରେ ସେଣ୍ଟର ପକ୍ଷରୁ କିଛି ବଳକା ପ୍ରଶ୍ନ ପତ୍ର ଓ ବି ସେଟ ପରୀକ୍ଷାର୍ଥୀଙ୍କୁ ଏ ସେଟ ପ୍ରଶ୍ନପତ୍ର ଦେଇ ପରୀକ୍ଷାରେ ପରିଚାଳନା ପାଇଁ ଚେଷ୍ଠା କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଜିଲ୍ଲା ଶିକ୍ଷାଧିକାରୀ ତଥା ବୋର୍ଡ କତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ଜଣାପଡିଛି। ଏହି ପରୀକ୍ଷା କେନ୍ଦ୍ରରେ ସଦର ବ୍ଲକ ର କାଇମାଟି ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ମୋଟ ୨୬୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜଣାପଡିଛି ।

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କିଛି ପ୍ରତିକ୍ରିୟା ନଦେଇ ବୋର୍ଡ କତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇ ଦେଇଥିବା ପ୍ରକାଶ କରିଛନ୍ତି । ତେବେ ଵୋର୍ଡ ଏ ସମ୍ପର୍କରେ ନିଷ୍ପତି ନେବ ବୋଲି ସୂଚନ ଦେଇଛନ୍ତି ଜିଲା ଶିକ୍ଷାଧିକାରୀ । ତେବେ ପ୍ରଶ୍ନ ପତ୍ରରେ ଏପରି ତ୍ରୁଟିକୁ ନେଇ ଅଭିବାହବ ମହଲରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି ପରୀକ୍ଷା ପ୍ରଶ୍ନ ପତ୍ରରେ ଏପରି ତ୍ରୁଟି ଓ ପରୀକ୍ଷାରେ ବିଭ୍ରାଟ ପାଇଁ ବୋର୍ଡ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଆଭିଭାବକ। ଅପରପକ୍ଷରେ ଆଗାମୀ ସମୟରେ ଗଣିତ ପରି ଗୁରୁତ୍ୱପୂର୍ଣ ବିଷୟର ପରୀକ୍ଷା ରହିଥିବା ବେଳେ ପ୍ରଶ୍ନପତ୍ରରେ ଏପରି ତ୍ରୁଟି ପିଲାଙ୍କ ମନୋବଳ କୁ ନିରୀତ୍ସାହିତ କରୁଛି । ଫଳରେ ଏପରି ସମ୍ମୁଖୀନ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କିଂ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.