ସଅର ନୁହେଁ ଶବର ମାନ୍ୟତା ଦାବିରେ ଗର୍ଜିଲେ ଆଦିବାସୀ, ପ୍ରତିଶ୍ରୁତି ପରେ ଥମିଲା ଆନ୍ଦୋଳନ

author img

By

Published : Mar 29, 2023, 8:24 PM IST

Updated : Mar 29, 2023, 8:51 PM IST

ସଅର ନୁହେଁ ଶବର ମାନ୍ୟତା ଦାବିରେ ଗର୍ଜିଲେ ଆଦିବାସୀ

ଆମେ ସଅର ନୁହେଁ ଶବର । ଶବର ମାନ୍ୟତା ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଆଦିବାସୀ । ପ୍ରତିଶ୍ରୁତି ପରେ ହଲିଟା ବିକ୍ଷୋଭ । ଅଧିକ ପଢ଼ନ୍ତୁ

ସଅର ନୁହେଁ ଶବର ମାନ୍ୟତା ଦାବିରେ ଗର୍ଜିଲେ ଆଦିବାସୀ

ଢେଙ୍କାନାଳ: ଆମକୁ ଶବର ମାନ୍ୟତା ମିଳୁ, ଏପରି ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଆଦିବାସୀ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିବା ପରେ ଶବର ମାନ୍ୟତା ଦାବିରେ ଅଡି ବସିଥିଲେ ଆଦିବାସୀ । ଢେଙ୍କାନାଳର ବାଜି ଚୌକ ଛକରୁ ଏକ ବିଶାଳ ଶୋଭାଯାତ୍ରରେ ଯାଇ ଢେଙ୍କାନାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶତାଧିକ ସଂଖ୍ୟାରେ ଉଭୟ ମହିଳା ଓ ପୁରୁଷ ପାରମ୍ପରିକ ବେଶ ପୋଷାକରେ ଶୋଭାଯାତ୍ରାରେ ନାଚଗୀତ କରିବା ସହ କିଛି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭଯାତ୍ରାରେ ସାମିଲ ଥିବା ଦେଖବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: Naba Das Murder Mystery: ଦୁଇ ମାସ ପରେ ବି ପୋଲିସ ହାତ ଖାଲି କହିଲେ ବିରୋଧୀ ଦଳନେତା

ତାଙ୍କୁ ତାଙ୍କ ଜାତିଗତ ମାନ୍ୟତାରୁ ବଞ୍ଚିତ କରାଯାଉଥିବା ସେମାନେ ଦାବି କରିଛନ୍ତି। ଆନ୍ଦୋଳନକାରୀ କହିଛନ୍ତି, ‘‘ଜମି ପଟ୍ଟାରେ ସଅର ବଦଳରେ ଶବର ଲେଖାଯାଉ । ସରକାରୀ ଅଧିକାରୀମାନଙ୍କ ତ୍ରୁଟିରୁ ସରକାରୀ ରେକର୍ଡରେ ଭୁଲ କ୍ରମେ ଶବର ଅପଭ୍ରଂଶ କରାଯାଇ ସଅର ଲେଖା ଯାଇଥିବାରୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହେଉଛୁ । ଆଦିବାସୀ ଓ ଶବର ସମ୍ପ୍ରଦାୟ ହୋଇଥିଲେ ମଧ୍ୟ ଅଧିକାରୀଙ୍କ ତ୍ରୁଟିରୁ ସରକାରଙ୍କ ଦ୍ବାରା ପ୍ରଣୟନ ସମସ୍ତ ଆଦିବାସୀ କୋଟାରୁ ଆମେ ବଞ୍ଚିତ ହେଉଛୁ ।’’

ନିଜକୁ ଆଦିବାସୀ ବୋଲି ପରିଚୟ ଦେଇ ‘ସଅର ନୁହେଁ ଶବର’ ବୋଲି ଦାବି କରି ଆନ୍ଦୋଳନ କରିଥିଲେ । ସେମାନଙ୍କୁ ତାଙ୍କ ଜାତିଗତ ମୌଳିକ ଅଧିକାର ନମିଳିବା ପର୍ଯ୍ଯନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଆଡି ବସିଥିବା ଥିଲେ ଶହଶହ ଆଦିବାସୀ । ସରକାରଙ୍କ ପାଖରେ ବାରମ୍ବାର ଦାବି ସତ୍ତ୍ୱେ ସେମାଙ୍କର ଦାବି ପୂରଣ ହୋଇପାରୁନାହିଁ । ଯାହା ଫଳରେ ବହୁ ଦିନର ଏହି ଦାବି ଉଗ୍ର ରୂପ ନେଇଥିବା ଆନ୍ଦୋଳନକାରୀ କହିଥିଲେ ।

ଅଧିକ ପଢ଼ନ୍ତୁ: କୁନୋ ଜାତୀୟ ଉଦ୍ୟାନରୁ ଖୁସି ଖବର, ୪ ଚିତା ଶାବକ ଜନ୍ମ

ଢେଙ୍କାନାଳ ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଅଞ୍ଚଳରୁ ଆଦିବାସୀମାନେ ଆସି ନିଜର ହକ୍‌ ପାଇଁ ଏକତ୍ରିତ ହୋଇଥିଲେ । ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁତୀର ଓ ଅନ୍ୟାନ ଶସ୍ତ୍ର ଧରି ଶୋଭାଯାତ୍ରାରେ ବାହାରିଥିଲେ । ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ଆଦିବାସୀମାନେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବାରେ ବିଫଳ ହୋଇଥିଲେ । ପରେ ବାଧ୍ୟହୋଇ ଆନ୍ଦୋଳନକରୀଙ୍କ ପାଖରେ ଆରଆଇ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ପ୍ରତିଶ୍ରୁତି ଦେବ ପରେ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀ ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Mar 29, 2023, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.