ଢେଙ୍କାନାଳ: ଫେକ୍ ନାଁରେ ଏକ ଫର୍ଜି କମ୍ପାନୀ କରି ଲୋକଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ଏହି ଘଟଣାରେ କର୍ଣ୍ଣାଟକ ସାଇବର ପୋଲିସ ଜଣେ ସାଇବର ଠକକୁ ଗିରଫ କରିଛି । ସୂଚନନୁସାରେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମର ସୋମନାଥ ରାଉତ ନାମକ ଜଣେ ଯୁବକ ଦୀପକ ଶର୍ମା ନାଁରେ ଇଣ୍ଡିଆ ସାଇନ ଗୁଡ୍ସ ଆଣ୍ଡ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଫର୍ଜୀ କମ୍ପାନୀ ଖୋଲିଥିଲେ । ତେବେ ଏହି କମ୍ପାନୀ ସାହାଯ୍ୟରେ କର୍ଣାଟକର ତିମ୍ମପା ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ।
ସେପଟେ ଏହି ସାଇବର ଠକେଇ ଘଟଣାକୁ ନେଇ ତିମ୍ମପା ଭଟ୍ଟ ଅଗଷ୍ଟ ୫ରେ କର୍ଣ୍ଣାଟକ ପୁଲିସର ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଆଇଟି ଆକ୍ଟ ଅନୁଯାୟୀ କେସ ନଂ ୧୦୩/୨୦୨୧ରେ ମାମଲା ରୁଜୁ କରିଥିଲା । ତେବେ ଏହି ଘଟଣାରେ କର୍ଣାଟକ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସୋମନାଥ ଢେଙ୍କାନାଳରେ ବାସବାସ କରୁଥିବା ଜାଣିବାକୁ ପାଇଥିଲା ।
ଏନେଇ ଆଜି(ରବିବାର) ଢେଙ୍କାନାଳ ପୋଲିସ ସହାୟତାରେ ସୋମନାଥ ଷ୍ଟେସନ ବଜାରରେ ଭଡାଘରେ ରହୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେବେ ଗିରଫ ସମୟରେ ସୋମନାଥଙ୍କ ଠାରୁ ପୋଲିସ ୪ଟି ମୋବାଇଲ ଫୋନ୍, ଲ୍ୟାପଟପ୍, ବ୍ୟାଙ୍କ ଏଟିଏମ ସମେତ ପାସ ବୁକ ଆଦିକୁ ଜବତ କରିବା ସହ କର୍ଣ୍ଣାଟକ ପୁଲିସ ସୋମନାଥକୁ କର୍ଣ୍ଣାଟକ ନେଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ