ବିନା ଆଡମ୍ବରରେ ମା'ଙ୍କୁ ବିଦାୟ ଦେଲେ ଭୁବନବାସୀ

author img

By

Published : Oct 16, 2021, 8:08 PM IST

ବିନା ଆଡମ୍ବରରେ ମା'ଙ୍କୁ ବିଦାୟ ଦେଲେ ଭୁବନବାସୀ

ବିନା ଆଡ଼ମ୍ବରରେ ମା' ଦୁର୍ଗାଙ୍କୁ ବିଦାୟ ଦେଲେ ଭୁବନ ବାସୀ । ଫିକା ପଡିଲା ବଳଦ ଯାତ୍ରା । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆଡମ୍ବର ନାହିଁ, ଅଛି ଉଦ୍ଦୀପନା, ଅଛି ଉତ୍ସାହ । କିନ୍ତୁ ପାରମ୍ପରିକ ଘଣ୍ଟବାଦ୍ୟର ତାଳେ ତାଳେ ଭୁବନବାସୀ ଜଗତ ଜନନୀ ମା' ଦୁର୍ଗାଙ୍କୁ ଦେଇଛନ୍ତି ମେଲାଣି । କୋଭିଡ଼ କଟକଣା ମଧ୍ୟରେ ଜିଲ୍ଲାର ଭୁବନ ଅଞ୍ଚଳରେ ମା'ଙ୍କ ଭସାଣି ଉତ୍ସବ ଶେଷ ହୋଇଛି ।

ବିନା ଆଡମ୍ବରରେ ମା'ଙ୍କୁ ବିଦାୟ ଦେଲେ ଭୁବନବାସୀ

କୋରୋନା କଟକଣା ପାଇଁ ଫିକା ପଡିଛି ଭୁବନର ପ୍ରସିଦ୍ଧ ଦଶହରା ଓ ବଳଦଯାତ୍ରା । ଯେଉଁ ବଳଦଯାତ୍ରାରେ ୩୦ରୁ ଊର୍ଦ୍ଧ୍ବ ବଳଦ ମା'ଙ୍କ ଆଗେ ଆଗେ ଗ୍ରାମ ପରିକ୍ରମା କରି ମା' ବଣିଜାରୀଙ୍କ ନିକଟରେ ପହଞ୍ଚି ଥାଆନ୍ତି । ଅଗଣିତ ଭକ୍ତମାନଙ୍କର ସମାଗମ ହୁଏ ଭୁବନରେ । କୋରୋନା କଟକଣା ସବୁ କିଛି ଫିକା କରିଦେଇଛି । କେବଳ ୨ଟି ବଳଦ ବିଜୟା ଦଶମୀ ଦିନ ଗ୍ରାମ ପରିକ୍ରମା କରି ବିଭିନ୍ନ ମଣ୍ଡପରେ ମା'ଙ୍କୁ ଦର୍ଶନ କରିଥିଲେ ।

ଗୋଟିଏ ଥୋରିଆ ସମ୍ପ୍ରଦାୟର ବଳଦ ଅନ୍ୟଟି ବଣିଆ ସମ୍ପ୍ରଦାୟର ବଳଦ । ମାଆଙ୍କ ଭସାଣି ଉତ୍ସବରେ ଫିକା ଫିକା ଲାଗୁଥିଲା । ଆସନ୍ତା ବର୍ଷ ଯଦି ମା'ଙ୍କ ଆଶୀର୍ବାଦରୁ କୋରୋନା ହଟିଥିବ, ତେବେ ପୁଣି ପୁରୁଣା ରୀତିନୀତିରେ ଭୁବନର ଐତିହାସିକ ବଳଦଯାତ୍ରା ଦେଖିବାକୁ ମିଳିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.