NAC Poll: ଏପ୍ରିଲ 3 ରେ ହିନ୍ଦୋଳ ବିଜ୍ଞାପିତ ପରିଷଦ ପାଇଁ ପଡିବ ଭୋଟ

author img

By

Published : Mar 31, 2023, 11:06 PM IST

NAC Poll: ଏପ୍ରିଲ 3 ରେ  ହିନ୍ଦୋଳ ବିଜ୍ଞାପିତ ପରିଷଦ ପାଇଁ ପଡିବ ଭୋଟ

ହିନ୍ଦୋଳ ଏନଏସିର ଏହା ତୃତୀୟ ନିର୍ବାଚନ ହେଉଛି । ୧୬ଟି ୱାର୍ଡକୁ ନେଇ ଗଠିତ ହିନ୍ଦୋଳ ଏନଏସିର ମୋଟ ଭୋଟର ସଂଖ୍ୟା ୯ ହଜାର ୮୬୩ । ସେଥି ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୫ ହଜାର ୪୬ ରହି ଥିବାବେଳେ ମହିଳା ଭୋଟର ସଂଖ୍ୟା ୪ହଜାର ୮୧୭ ରହିଛି। ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମିଶି ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଅଧିକ ପଢନ୍ତୁ

NAC Poll: ଏପ୍ରିଲ 3 ରେ ହିନ୍ଦୋଳ ବିଜ୍ଞାପିତ ପରିଷଦ ପାଇଁ ପଡିବ ଭୋଟ

ଢେଙ୍କାନାଳ: ଆସନ୍ତା ୩ ତାରିଖରେ ହେବାକୁ ଯାଉଛି ରାଜ୍ୟର ନୂଆପଡା, ଅତାବିରା ଓ ଢେଙ୍କାନାଲ ଜିଲ୍ଲାର ହିନ୍ଦୋଳ ବିଜ୍ଞାପିତ ପରିଷଦର ନିର୍ବାଚନ। ଫଳରେ ହିନ୍ଦୋଳ ଏନଏସିରେ ବେଶ ଜମୁଛି ନିର୍ବାଚନୀ ମାହୋଲ। ଶୁକ୍ରବାର ରାଜନୈତିକ ନିର୍ବାଚନୀ ବୈଠକ, ପ୍ରଚାର ଓ ଶୋଭାଯାତ୍ରାର ଅନ୍ତିମ ଦିବସ ଥିବାରୁ ବିଭିନ୍ନ ରାଜନୈତିକ ଦଳ ସେମାଙ୍କର ପ୍ରଚାର ଜୋରଦାର କରିଥିଲେ ।

ହିନ୍ଦୋଳ ଏନଏସିର ଏହା ତୃତୀୟ ନିର୍ବାଚନ ହେଉଛି । ୧୬ଟି ୱାର୍ଡକୁ ନେଇ ଗଠିତ ହିନ୍ଦୋଳ ଏନଏସିର ମୋଟ ଭୋଟର ସଂଖ୍ୟା ୯ ହଜାର ୮୬୩ । ସେଥି ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୫ ହଜାର ୪୬ ରହି ଥିବାବେଳେ ମହିଳା ଭୋଟର ସଂଖ୍ୟା ୪ହଜାର ୮୧୭ ରହିଛି। ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମିଶି ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ଅପରପକ୍ଷରେ ୧୬ଟି ୱାର୍ଡ ପାଇଁ ମୋଟ ୫୦ ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନରେ ଲଢ଼ୁଥିବାବେଳେ ୱାର୍ଡ ନଂ ୧ ଓ ୮ରେ କଂଗ୍ରେସ ର ପ୍ରାର୍ଥୀ ନାହାଁନ୍ତି । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଆସନ ପାଇଁ ବେଶ ପ୍ରତିଦ୍ବନ୍ଦିତା ଦେଖାଦେଇଛି। ଜାତୀୟ ଦଳ କଂଗ୍ରେସରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ହିନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରୀତା ପଳେଇ ଲଢେଇ କରୁଛନ୍ତି ଜିତିବା ପାଇଁ ଆଶାବାଦୀ ବି ରହିଛନ୍ତି।

ସେପଟେ ଘରକୁ ଘର ଓ ୱାର୍ଡ ୱାର୍ଡ ବୁଲି ଭୋଟ ହାତେଇବାକୁ ଉଦ୍ୟମ କରୁଛି ବିଜେପି । ଯୁବ ଶିକ୍ଷିତା ପ୍ରାର୍ଥୀନୀ ଓ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ତଥା କେନ୍ଦ୍ରିୟ ଯୋଜନାକୁ ଆୟୁଧ କରିଛି ଦଳ। ଏସବୁ ମଧ୍ୟରେ ଲୋକଙ୍କ ଭଲପାଇବା କୁ ନେଇ ଆଶାବାଦୀ ହୋଇପଡିଛନ୍ତି ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ଶୋଭାଗିନୀ ପ୍ରଧାନ। ଗତ ନିର୍ବାଚନରେ ଏହି ହିନ୍ଦୋଳ ଏନଏସି ଅଧ୍ୟକ୍ଷା ଆସନ ବିଜୁ ଜନତା ଦଳ କବଜାରେ ରହିଥିବାରୁ ବିଜେଡି ତାର ଗଡ଼ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି । ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକଙ୍କ ନେତୃତ୍ୱରେ ଦଳର ବହୁ ବିଧାୟକ, ସାଂସଦ ଓ ନେତା ହିନ୍ଦୋଳରେ ଡେରା ପକାଇଛନ୍ତି। ଏପରିକି ଢେଙ୍କାନାଲର ବିଧାୟକ ସୁଧୀର ସାମଲ, ସାଂସଦ ମହେଶ ସାହୁ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ପାଲଲହଡ଼ା ବିଧାୟକ ମୁକେଶ ପାଳ, ଭୁବନେଶ୍ୱର ଉତ୍ତର ଓ ଛେଣ୍ଡିପଦା ବିଧାୟକଙ୍କ ସହିତ ଢେଙ୍କାନାଲ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ ମାନେ ଆସନଙ୍କୁ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାରଙ୍କର ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନା କୁ ନେଇ ଭୋଟରଙ୍କ ପାଖକୁ ଯାଇ ନିଶ୍ଚିତ ଜିତିବା ଆଶାରେ ରହିଛନ୍ତି ବିଜେଡି ପ୍ରାର୍ଥୀ କେଶବ ପ୍ରଧାନ ।

ତେବେ ପରିବର୍ତ୍ତନର ସୁଅରେ ପଡିଥିବା ଭୋଟରଙ୍କ ମୁଡ କିପରି ରହୁଛି ଆସନ୍ତା ୩ ତାରିଖ ମତଦାନ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.