କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଗଲା ମାଈହାତୀ

author img

By

Published : Sep 29, 2022, 11:02 PM IST

କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଗଲା ଜଗତପୁର ଅଞ୍ଚଳର ନରହନ୍ତା ଦନ୍ତା

ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ମାଈହାତୀ ଟ୍ରାଙ୍କୁଲାଇଜ ହେବା ପରେ ଗୁରୁବାର କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ(Kapilash elephant rescue center ) ସ୍ଥାନାନ୍ତର କରିଛି ବନବିଭାଗ । ଅଧିକ ପଢନ୍ତୁ

ଢେଙ୍କାନାଳ: କଟକ ଜଗତପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀକୁ ବୁଧବାର ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ତେବେ ଗୁରୁବାର ଏହି ନରହନ୍ତା ମାଈ ହାତୀକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ(Kapilash elephant rescue center ) ପଠାଯାଇଛି । ସ୍ୱତନ୍ତ୍ର ଟ୍ରକ ଯୋଗେ ବନବିଭାଗ ପକ୍ଷରୁ ଏହି ହାତୀ କପିଳାଶରେ ପହଞ୍ଚି ସାରିଥିବା ଜଣାପଡିଛି ।

କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଗଲା ଜଗତପୁର ଅଞ୍ଚଳର ନରହନ୍ତା ଦନ୍ତା

ବୁଧବାର କଟକ ଜଗତପୁର ଅଞ୍ଚଳରେ ଆତଙ୍କ ରଚିଥିବା ବଣୁଆ ହାତୀପଲଙ୍କ ମଧ୍ୟରେ ରହିଥିଲା ଏହି ମାଈହାତୀ । ଏକ ସ୍ୱତନ୍ତ୍ର ଟ୍ରକ ଯୋଗେ ଆଜି ଜଗତପୁର ଅଞ୍ଚଳରୁ କପିଳାସକୁ ନିଅଯାଇଛି । ଜଗତପୁରରେ ବୁଧବାର ଏହି ବଣୁଆ ହାତୀପଲ ଦୁଇଜଣଙ୍କୁ ଜୀବନରେ ମାରିବା ସହ ଛଅଜଣଙ୍କୁ ଆହତ ମଧ୍ୟ କରିଥିଲେ । ବଣୁଆ ହାତୀପଲ ମଧ୍ୟରେ ଥିବା ମା ହାତୀ ମହାନଦୀରେ ଭାସି ଯାଇ ମୃତ୍ୟୁ ହୋଇଥିଲା । ପରେ ମା' ଛେଉଣ୍ଡ ଏହି ହାତୀଛୁଆଟି ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲା । ପରେ ବନବିଭାଗ ପକ୍ଷରୁ ଏହି ମାଈହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ ଗୁରୁବାର କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି । ତେବେ ମାଈହାତୀଟିକୁ ଡିହାଇଡ୍ରେସନର ଶିକାର ହୋଇଥିବା ସୁଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ ।

ଏହା ମଧ୍ୟ ପଢନ୍ତୁ: ଜଗତପୁରରେ ହାତୀ ଉପଦ୍ରବ: 2ମୃତ ଓ 3 ଆହତ, ଗୋଟିଏ ହାତୀର ମୃତ୍ୟୁ

ଏନେଇ ଢେଙ୍କାନାଳ DFO କହିଛନ୍ତି ଯେ, "କଟକ ଜଗତପୁର ଅଞ୍ଚଳରୁ ହାତୀକୁ କାବୁ କରିବା ପରେ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିକୁ କାଠ ଖୁଆଡରେ ଜାଲିଦେଇ ସ୍ୱତନ୍ତ୍ର ଭାବେ ରଖାଯିବାର ବ୍ୟବସ୍ଥା କରାଯାଉଛି । ହାତୀର ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ୭ରୁ ୧୦ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡାକ୍ତରୀ ଟିମ ମାଧ୍ୟମରେ ତାକୁ ଚିକିତ୍ସା କରାଯିବ । ମନୁଷ୍ୟକୁ ଦେଖିଲେ କାଳେ ରାଗିଯିବା ସେଥିପାଇଁ ଆମେ ଖୁଆଡରେ ଜାଲି ଦେଇ ରଖିବୁ । ପ୍ରଚୁର ପରିମାଣରେ ଖାଇବା ଦେବା ସହ ଡାକ୍ତରୀ ଚିକିତ୍ସା ଯୋଗାଇବୁ ।"

ସୂଚନା ଅନୁସାରେ, କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ତାଣ୍ଡବ ରଚିଥିଲେ ହାତୀପଲ । ମଙ୍ଗଳବାର ରାତିରେ ଜଗତପୁର ନିକଟ ବସ୍ତି ଅଞ୍ଚଳକୁ ପଶି ଆସିଥିଲେ ତିନି ବଣୁଆ ହାତୀ । ହାତୀ ଆକ୍ରମଣର ଶିକାର ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନେକ ଘର ଓ ଗାଡ଼ି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ତିନି ହାତୀଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା । ନଦୀ ପାର ହେଉଥିବା ବେଳେ ହାତୀର ମୃତ୍ୟୁ ହୋଇଥିଲା । ମହାନଦୀ ବ୍ୟାରେଜ ୧୪ ନମ୍ବର ଗେଟରେ ହାତୀର ମୃତଦେହ ଲାଗି ରହିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.