ଲଗାଣ ବର୍ଷାରେ ଜଳମଗ୍ନ ଭୁବନ, ବାହ୍ୟ ଜଗତରୁ ବିଚ୍ଛିନ୍ନ ୨ ଗାଁ

author img

By

Published : Sep 14, 2021, 2:13 PM IST

ଲଗାଣ ବର୍ଷାରେ ଜଳମଗ୍ନ ଭୁବନର ବିଭିନ୍ନ ଅଞ୍ଚଳ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳମଗ୍ନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ଅଞ୍ଚଳ । ଫଳରେ ଭୁବନ ବ୍ଲକର ଦୁଇଟି ଗ୍ରାମ ଯଥା- ଜୟପୁର ଓ ଦଧିସିଙ୍ଗା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳମଗ୍ନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ଅଞ୍ଚଳ । ଫଳରେ ଭୁବନ ବ୍ଲକର ଦୁଇଟି ଗ୍ରାମ ଯଥା- ଜୟପୁର ଓ ଦଧିସିଙ୍ଗା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏପଟେ ଏକତାଳୀ, ନିମେଇପୁର,ଜୟପୁର , ଚନ୍ଦାର ଭାୟା ଭୁବନ ରାସ୍ତାରେ ଚାରି ଫୁଟର ପାଣି । ଯାତାୟତ ଠପ ହୋଇଯାଇଥିବା ବେଳେ ହଜାର ହଜାର ଧାନ ଜମି ଏବେ ଜଳମଗ୍ନ ।

ଲଗାଣ ବର୍ଷାରେ ଜଳମଗ୍ନ ଭୁବନର ବିଭିନ୍ନ ଅଞ୍ଚଳ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଏହାସହ ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ୩୦ ପରିବାର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ୪ଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ବନ୍ୟା ପୀଡିତ ଅଞ୍ଚଳରେ ପହଞ୍ଚି ପାରିନାହିଁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.