LIC ଅଫିସରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

author img

By

Published : Oct 14, 2021, 4:13 PM IST

LIC ଅଫିସରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

CMS ଏଟିଏମ୍‌ କ୍ୟାଶ୍‌ ଭ୍ୟାନ ସୁରକ୍ଷାକର୍ମୀଙ୍କ ଅସାବଧନତା ଯୋଗୁଁ ଫୁଟିଲା ଗୁଳି । ଢେଙ୍କାନାଳ LIC ମୁଖ୍ୟ କାର୍ଯ୍ୟାଳୟରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ: CMS ଏଟିଏମ୍‌ କ୍ୟାଶ୍‌ ଭ୍ୟାନ ସୁରକ୍ଷା କର୍ମୀଙ୍କ ଅସାବଧନତା ଯୋଗୁଁ ଫୁଟିଲା ଗୁଳି । ଢେଙ୍କାନାଳ ଏଲଆଇସି ମୁଖ୍ୟ କାର୍ଯ୍ୟାଳୟରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜୀବନ ବିମା ନିଗମର କର୍ମଚାରୀ ।

LIC ଅଫିସରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ


LIC କାର୍ଯ୍ୟାଳୟରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ କରିବା ପାଇଁ ଆସିଥିଲା CMS ଗାଡ଼ି । ଏହି ସମୟରେ ଅସାବଧାନତା ବଶତଃ ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଅଚାନକ ଗୁଳି ଫୁଟି ଯାଇଥିଲା । ଗୁଳି ଫୁଟିବା ପରେ ଅଫିସ୍ ସିଲିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି ।

କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ବନ୍ଧୁକ ଧରିଥିବା ବେଳେ କୌଣସି କାରଣବଶତଃ କାନ୍ଧରୁ ଖସିଯାଇ ବନ୍ଧୁକ ଟି ତଳେ ଛେଚି ହୋଇ ଯିବାରୁ ଆପେ ଆପେ ଗୁଳି ଫୁଟି ଯାଇଥିଲା ବୋଲି କହିଛନ୍ତି ସୁରକ୍ଷାକର୍ମୀ । ଖବର ପାଇ ଟାଉନ ଥାନା ପୋଲିସ LIC ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.