ଗଣେଶ ପୂଜା ଚାନ୍ଦା ନେଇ ଫାଙ୍କା ଗୁଳିଚାଳନା

author img

By

Published : Sep 25, 2022, 4:06 PM IST

firing in kankada pala dhenkanal

ଚାନ୍ଦାକୁ ନେଇ ଫାୟାରିଂ । ଢେଙ୍କାନାଳରେ ଫାଙ୍କା ଗୁଳି ଚାଳନା । ଗଣେଶ ପୂଜା ଚାନ୍ଦା ନେଇ ତିନି ଯୁବକ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ଚାନ୍ଦାକୁ ନେଇ ଫାୟାରିଂ । ଗଣେଶ ପୂଜା ଚାନ୍ଦା ନେଇ ଫାଙ୍କା ଗୁଳିଚାଳନା । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ଘଟିଛି ଗୁଳିକାଣ୍ଡ । ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ତିନି ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଭୟଭୀତ କରାଇଛନ୍ତି । ପରେ ଯୁବକ ମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଗଣେଶ ପୂଜା ଚାନ୍ଦା ନେଇ ଫାଙ୍କା ଗୁ୍ଳି ଚାଳନା

ସୂଚନା ଅନୁଯାୟୀ, ଗତ ରାତ୍ରିରେ ଏହି ଗୁଳିକାଣ୍ଡ ଘଟିଥିବାବେଳେ ଛାତ ଉପରୁ ଭୟଭୀତ ହୋଇ ଜଣେ ଯୁବକ ତଳକୁ ଖସିପଡିଛନ୍ତି । ଯୁବକ ଜଣକ କାଙ୍କଡ଼ପାଳ ଗ୍ରାମର ଅଜିତ ସାହୁ ବୋଲି ଜଣାପଡ଼ିଛି । ତାଙ୍କୁ ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିର ତିନୋଟି ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି । କାଙ୍କଡ଼ପାଳ ଗ୍ରାମ କ୍ଲବର ଗତ ଗଣେଶ ପୂଜାରେ ଆଦାୟ ଟଙ୍କା ହିସାବ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା । ଗତ ରାତିରେ ଘର ଛାତ ଉପରେ କ୍ଲବର ଯୁବକମାନେ ବସି ହିସାବ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟ ବେଞ୍ଚ ପାଇଁ ରାଜଧାନୀରେ ଆନ୍ଦୋଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ତେବେ ବାଇକରେ ତିନିଜଣ ଯୁବକ ଆସି ତଳେ ଥିବା କିଛି ଯୁବକଙ୍କୁ ଆଦାୟ ହୋଇଥିବା ଟଙ୍କା ମାଗିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉକ୍ତ ତିନିଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ପାଟି ଶୁଣି ଅନ୍ୟ ଯୁବକମାନେ ପଳାଇ ଆସିବାରୁ ସେମାନେ ତିନି ରାଉଣ୍ଡ ଫାଙ୍କା ଗୁଳିଚଳନା କରି କେଉଁଆଡ଼େ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡ ସମୟରେ ଛାତ ଉପରେ ଥିବା ଯୁବକ ମାନେ ଭୟରେ ଇତସ୍ତତ ହୋଇ ପଳାଇବାବେଳେ ଅଜିତ ସାହୁ ନାମକ ଜଣେ ଯୁବକ ଛାତରୁ ତଳକୁ ଖସି ପଡ଼ିଥିଲେ ବୋଲି ପ୍ରକାଶ କରିଛନ୍ତି । ଉକ୍ତ ଘଟଣା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ସଦର ଥାନା ପୁଲିସ ଗାଁରେ ପଇଁତରା ମାରୁଥିବା ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.