ଦମକଳକେନ୍ଦ୍ର ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Sep 14, 2022, 11:10 AM IST

ଦମକଳ କେନ୍ଦ୍ର ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଗନ୍ଦିଆ ଦମକଳ କେନ୍ଦ୍ର ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଜଣାପଡ଼ନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ଦୁଇ ମହଲା ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଦମକଳ କେନ୍ଦ୍ରର ଫାୟାର ମ୍ୟାନ ଜୟନ୍ତ ଧରୁଆ । ଏହି ଦମକଳ କେନ୍ଦ୍ର ଛାତରୁ ଡେଇଁ ପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗନ୍ଦିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ ।

ଦମକଳ କେନ୍ଦ୍ର ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଦମକଳ କେନ୍ଦ୍ରରେ ଫାୟାର ମ୍ୟାନ ଭାବରେ କାର୍ଯ୍ୟରତ ଥିଲେ ମୃତ ଜୟନ୍ତ ଧରୁଆ । ଜୟନ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲାର ଲରମ୍ଭା ଗ୍ରାମରେ ବୋଲି ଜଣାପଡ଼ିଛି । ପୂର୍ବରୁ ସେ ବଲାଙ୍ଗୀର ପଟଣାଗଡ଼ର ରାମପୁରରେ ତାଙ୍କ ଶ୍ବଶୁର ଘରେ ରହୁଥିଲେ । ତେବେ ଗତ ପ୍ରାୟ ଦେଢ଼ ବର୍ଷ ପୂର୍ବେ ରେଙ୍ଗାଲିରୁ ତାଙ୍କର ଗନ୍ଦିଆକୁ ବଦଳି ହୋଇଥିଲା । ସେ ନୂଆଖାଇକୁ ଛୁଟିରେ ଘରକୁ ଯାଇଥିବା ବେଳେ ଗତ ୪ ତାରିଖରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ସେ ଅନ୍ୟ କର୍ମଚାରୀଙ୍କ ସହ କ୍ୟାରମ ଖେଳୁଥିଲେ । ମାତ୍ର କିଛି ସମୟ ପରେ ସେ ସେଠାରୁ ଉଠି ପଳାଇଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ଚିତ୍କାର ଶୁଣି କର୍ମଚାରୀ ମାନେ ବାହାରକୁ ଦୌଡ଼ି ଯିବାପରେ ସେ ଛାତରୁ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗନ୍ଦିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ନିଆଯାଉଥିଲା । ତେବେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଜୟନ୍ତ କାହିଁକି ଆତ୍ମହତ୍ୟା କଲେ ତାହା ଜାଣି ନଥିବା ପ୍ରକାଶ କରିଛନ୍ତି ଗନ୍ଦିଆ ଦମକଳ କେନ୍ଦ୍ରର ଷ୍ଟେସନ ଅଫିସର ଅକ୍ଷୟ ପ୍ରଧାନ । ଏପଟେ ଜୟନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଗନ୍ଦିଆ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଜୟନ୍ତଙ୍କ ପରିବାର ପକ୍ଷରୁ ତାଙ୍କର ବାପା ଓ ସମ୍ପର୍କୀୟ ଆସି ପହଞ୍ଚିଥିଲେ ମଧ୍ୟ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି । ଯାହାକୁ ନେଇ ଜୟନ୍ତ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.