ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

author img

By

Published : Nov 25, 2022, 11:16 AM IST

ଅଗ୍ନୀକାଣ୍ଡରେ ଜଳି ଗଲା ୪ ବଖରା ଘର

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା ୪ ବଖରା ଘର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଢେଙ୍କାନାଳ: କାମାକ୍ଷାନଗରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ଜଳିଗଲା ୪ ବଖରା ଘର । ବାଙ୍ଗୁରା ଗ୍ରାମର ଲକ୍ଷ୍ମୀପୁର ସାହିରେ ଏପରି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଅଗ୍ନୀକାଣ୍ଡରେ ଜଳି ଗଲା ୪ ବଖରା ଘର

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ମୀପୁର ସାହିରେ ରହୁଥିବା ବାବୁଲି ଦିଆଣିଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଶରୀର ତାତିଯିବା ଅନୁଭବ କରି ପରିବାର ଲୋକେ ନିଦରୁ ଉଠି ପଡିଥିଲେ । ଏହାପରେ ଘରର ଚାରି ଆଡେ ନିଆଁ ବ୍ୟାପିଯାଇଥିବା ଦେଖିବାକୁ ପାଇଥିଲେ । ଫଳରେ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତେ ଘର ବାହାରକୁ ପଳାଇ ଆସିଥିଲେ । ଚାହୁଁ ଚାହୁଁ ଘରର ୪ ବଖରା ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁଣି ଥରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ଖୋଲିବ ଅର୍ଚ୍ଚନାର ଗୁମର

ଏନେଇ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ବାବୁଲି ଦିଆଣିଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । କେବଳ ବସ୍ତ୍ର ଛଡା ଘର ମଧ୍ୟରେ ଥିବା ଆସବାପତ୍ରକୁ ଉଦ୍ଧାର କରିବା ସମ୍ଭବପର ହୋଇପାରିନଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅଗ୍ନିକାଣ୍ଡରେ କେତେ କ୍ଷୟ କ୍ଷତି ହେଇଛି ସେନେଇ ମଧ୍ୟ ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.