ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ଆପାଲା ରାଜୁଙ୍କ ନାମରେ ଏଫଆଇଆର

author img

By

Published : Sep 11, 2021, 5:56 PM IST

Updated : Sep 11, 2021, 7:19 PM IST

fir  in town police station of dhenkanal against andhra pradesh minister appalaraju

ଢେଙ୍କାନାଳ ଟାଉନ ଥାନାରେ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆପାଲା ରାଜୁଙ୍କ ନାମରେ ଏଫଆଇଆର । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆପାଲା ରାଜୁଙ୍କ ନାମରେ ଏଫଆଇଆର । ଢେଙ୍କାନାଳ ଟାଉନ ଥାନାରେ ଓଡିଶା ପ୍ରଗତି ଦଳ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି ।

ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆପାଲୁ ରାଜୁଙ୍କ ନାମରେ ଏଫଆଇଆର

ଓଡ଼ିଶାର ସୀମାନ୍ତ ଅଞ୍ଚଳ ଗଜପତି ଜିଲ୍ଲାରେ ପଶି ଆନ୍ଧ୍ରପ୍ରଦେଶ ରାଜ୍ୟର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପାଲା ରାଜୁ ଅଙ୍ଗନବାଡ଼ି ସେଣ୍ଟର ଭାଙ୍ଗିବାକୁ ଚକ୍ରାନ୍ତ ଓ ବିଭିନ୍ନ ଧମକ ଚମକ ଦେବା ଆଦି ଘଟଣାରେ ରାଜ୍ୟ ପ୍ରଗତି ଦଳ ପ୍ରତିକ୍ରିୟା ପ୍ରକାଶ କରିଛି । ଓଡ଼ିଶାର ସାର୍ଵଭୌମତ୍ବ ଓ ଅଖଣ୍ଡତା ବଜାୟ ରଖିବା ଓ ସ୍ବାଭିମାନ ରକ୍ଷା ପାଇଁ ଢେଙ୍କାନାଳର ଓଡିଶା ପ୍ରଗତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି, ଜିଲ୍ଲା ସଭାପତି ପ୍ରତାପ ପଣ୍ଡା ଓ ବୈକୁଣ୍ଠନାଥ ଦ୍ବିବେଦୀଙ୍କ ନେତୃତ୍ବରେ ଓପିଡ଼ି କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ଆପାଲା ରାଜୁଙ୍କ ବିରୋଧରେ ଢେଙ୍କାନାଳ ଟାଉନ ଥାନାରେ ଏକ ଏଫଆଇଆର ଦାଖଲ କରିଛନ୍ତି । ତେବେ ସେହି ମନ୍ତ୍ରୀ ମହୋଦୟ ଏପରି ଅପଚେଷ୍ଟାରୁ ନିବୃତ ରୁହନ୍ତୁ । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Sep 11, 2021, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.